• Home
  • News
  • କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ
News

କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ

 ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ

କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଏବେ ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୂରି ବୁଲୁଛି । ଏହି ଘଟଣା ନେଇ ସମ୍ପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ । ଅଭିଯୁକ୍ତକୁ ଗିରଫ୍ କରିଛି ପୋଲିସ୍ । ଥାନାରେ ଅଭିଯୋଗକାରୀ ଛାତ୍ରୀ ଆଜି ନିଜ ଧୋକା ଦିଆ ପ୍ରେମିକ ବିରୋଧରେ ବୟାନ ଦେଇଛନ୍ତି ଛାତ୍ରୀ ।

ଏହି ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣକ ଲୋକଲଜ୍ଜାରେ ଘରୁ ବାହାରିବା ବନ୍ଦ କରି ଦେଇଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ, କୋଲାବିରା ଥାନା ସମାସିଂଘା ଗ୍ରାମର ଜଣେ ବିବାହିତ ଯୁବକ ସତ୍ୟନାରାୟଣ ପଟେଲ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ପ୍ରତିଦିନ କଲେଜ ଛାଡ଼ି ଯାଉଥିଲେ। ପ୍ରତିଦିନ କଲେଜ ଯିବା ସମୟରେ କଲେଜର ଜଣେ ଛାତ୍ରୀଙ୍କ ସହିତ ଦେଖା ସାକ୍ଷାତ ହୋଇଥିଲା। ଏହା ପ୍ରେମ ସଂପର୍କ ଆଡ଼କୁ ଯାଇଥିଲା।ପ୍ରେମ ଅନ୍ତରଙ୍ଗ ହେବା ପରେ ଉଭୟ ବାହା ହେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଯୁବକ ଜଣକ ପୂର୍ବରୁ ବିବାହ କରିଥିବା କଥା ନ କହି ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ହୋଇଥିଲା। ମାତ୍ର ଏହି ସମୟର ଭିଡିଓକୁ ଯୁବକ ଜଣକ ତାଙ୍କ ମୋବାଇଲରେ ରେକର୍ଡ କରି ରଖିଥିଲେ। ଏଭଳି ଅନେକ ଦିନ ଚାଲିବା ପରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁ ବିବାହିତ ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଯୁବକ ଜଣକ ଛାତ୍ରୀଙ୍କ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରି ଦେଇଥିଲେ।

କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ 35226847 834286056761856 11703364974804992 n

ପଢନ୍ତୁ : ଘରେ ପ୍ରସ୍ତୁତ କରନ୍ତୁ ନଡିଆ ବର୍ଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

Related posts

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

Krishna Kumar Manoj

ଆବଣ୍ଟନର ସ୍ୱଚ୍ଛତା ପାଇଁ ରୋଷ୍ଟର ପ୍ରଣାଳୀର ଘୋଷଣା କଲେ : ଜଷ୍ଟିସ୍‌ ଦୀପକ ମିଶ୍ର

Krishna Kumar Manoj

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More