Movie News

ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’

ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି ତୁ ମୋ ହିରୋ

ତୁ ମୋ ହିରୋ ଓଡିଆ ଛବି :

ବେଙ୍ଗଲି ବିୟୁଟି ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଏଇ ନିକଟରେ ତାଙ୍କର ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’ର ସୁଟିଂ କାର୍ଯ୍ୟକୁ ଶେଷ କରିଛନ୍ତି । ବହୁ ଶୀଘ୍ର ଏହା ପରଦା ଉପରକୁ ଆସିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

ଝିଲିକ୍‌ ଙ୍କ ପାଇଁ ଏହା ନୂଆ ଅଭିଜ୍ଞତା ।  କାରଣ, ସେ ପ୍ରାୟ ଚାରି ବର୍ଷରୁ ଅଧିକ ସମୟ ହେବ ଓଲିଉଡ଼୍‍ରେ ସକ୍ରିୟ ଥିଲେ ବି ତାଙ୍କୁ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ଏହା ତାଙ୍କର ପ୍ରଥମ ସିନେମା । ଜ୍ୟୋତିଙ୍କ  ସହ ମଧ୍ୟ ତାଙ୍କର ଏହା ପ୍ରଥମ ସିନେମା ।

ଦର୍ଶକେ ପୂର୍ବରୁ ଜ୍ୟୋତି ଙ୍କୁ ଦେଲେ ଧରା କଥା ସରେ, ନିଝୁମ୍‌ ରାତିର ସାଥୀ,ମିଠା ମିଠା ଓ ଦିଲ୍‌କା ରାଜାଭଳି ଓଡ଼ିଆ ଛବିରେ ନାୟକ ଭୂମିକାରେ ଦେଖି ସାରିଛନ୍ତି। ଏଥିସହିତ ସେ ଭିନ୍ନ ଭିନ୍ନ ନାୟିକାଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିଛନ୍ତି। କିନ୍ତୁ ପ୍ରଥମ ଥର ଲାଗି ସେ ଝିଲିକ ଭଳି ଅଭିଜ୍ଞ ନାୟିକା ଙ୍କ ବିପକ୍ଷରେ ଆସୁଛନ୍ତି ।

ବୈଦ୍ୟନାଥ ଦାସ ଏହାର ସଂଗୀତା ନିର୍ଦେଶନ ଦେଇଥିବା ବେଳେ ପ୍ରେମ ଗୋପୀ ଏହାର ନୃତ୍ୟ ନିର୍ଦେଶକ ।

ଉଦୟ ମୁଭିସ ବ୍ୟାନର ର ଏହା ପ୍ରଥମ ଅବଦାନ । ମିହିର ଦାସ, ପ୍ରିୟାଙ୍କା ପଟ୍ଟନାୟକ, ଦୈତାରୀ ପଣ୍ଡା, ଜୟା ଗୋସ୍ଵାମୀ, ମାଣ୍ଟୁ, ଆମର, ଜୀବନ ପଣ୍ଡା, ଗୁଡ୍ଡୁ ଆଦି ବହୁ ଓଡିଆ କଳାକାର ମଧ୍ୟ ଏହି ଛବି ର ମୁଖ୍ୟ ଅଂଶ ବିଶେଷ ।

Related posts

“Mitha Mitha” Odia Cinema To Hit Silver Screens Soon On 10th March

ENO Beuro

ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ ଙ୍କ ନୂଆ ଓଡ଼ିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ”

ENO Beuro

Anubhav Mohanty & Arindam Roy – First Day Box Office Battle

ENO Beuro

1 comment

Leave a Comment