EnewsOdia.Com

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍  ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ ଡାଟା ପାଇବେ। ତେବେ ପୂର୍ବ ରିଚାର୍ଜରେ ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଯେଉଁଭଳି ଅସୀମିତ କଲ୍ ସୁବିଧା ଥିଲା ଏହି ତିନୋଟି ପ୍ଲାନରେ ସେଭଳି ସୁବିଧା ନାହିଁ ବୋଲି ଜିଓ ସ୍ପଷ୍ଟ କରିଛି।

ମାସକୁ ଗ୍ରାହକ ମାତ୍ର ୨୨୨ ଟଙ୍କା ରିଚାର୍ଜ କରି ପାଇପାରିବେ ଜିଓରୁ ଜିଓକୁ ମାସକ ପର୍ଯ୍ୟନ୍ତ ଅସୀମିତ କଲ୍‌ ସେବା। ଏହାଛଡ଼ା ଦିନକୁ ୨ ଜିବି ଡାଟା ମଧ୍ୟ ମିଳିବ। ଅନ୍ୟ ନେଟ୍‌ଓ୍ଵର୍କିଂ ପାଇଁ ୧୦୦୦ ମିନିଟ୍‌ କଲ୍‌ ସେବା। ଏସ୍‌ଏମ୍‌ଏସ୍‌ ସେବା ବି ଉପଲବ୍ଧ ଏହି ଯୋଜନା ଅଧୀନରେ।ସେହିପରି ୨ ମାସ ପାଇଁ ୩୩୩ ଟଙ୍କା ଓ ତିନି ମାସ ପାଇଁ ଗ୍ରାହକଙ୍କୁ ୪୪୪ ଟଙ୍କା ରିଜାର୍ଚ କରିବାକୁ ପଡ଼ିବ। ଏହା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ନେଟ୍‌ଓ୍ଵର୍କଠାରୁ ପ୍ରାୟତଃ ୨୦ରୁ ୫୦ ପ୍ରତିଶତ ଶସ୍ତା ବୋଲି ଜିଓ ପକ୍ଷରୁ ଦାବି ହୋଇଛି।

ପଢନ୍ତୁ: କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

ସମ୍ବନ୍ଧିତ ଖବର

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

Ratnamani Maharana

କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ !

Ratnamani Maharana

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

Ratnamani Maharana

ହସ୍ପିଟାଲରେ ଅମିତାଭ ବଚ୍ଚନ

Ratnamani Maharana