EnewsOdia.Com

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

ଆଜିଠାରୁ ଜିଓ ଦାଉ। ଏଣିକି ଏଣିକି ମିଳିବନି ଅନ୍ୟ ନେଟଓ୍ୱର୍କକୁ ଫ୍ରି କଲ୍ ସୁବିଧା। ଏଥିପାଇଁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ମୋବାଇଲ୍ ନେଟଓ୍ୱର୍କ ପ୍ରଦାନକାରୀ କଂପାନୀ ଜିଓ ପକ୍ଷରୁ କୁହାଯାଇଛି। ଆଜିଠୁ ଜିଓର ଏହି ନୂଆ ଦର ଲାଗୁ ହେବ ବୋଲି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତକାଲି ସୂଚନା ଦେଇଛନ୍ତି।

ଏଥିପାଇଁ ଜିଓର ନୂଆ ଟପ୍ ଅପ୍ ପ୍ଲାନ୍ ମଧ୍ୟ ଉପଲବ୍ଧ ହେଉଛି। ଟ୍ରାଇର ନୂଆ ନିୟମ ଅନୁସାରେ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ ବାବଦରେ କମ୍ପାନୀ ୧୩,୫୦୦ କୋଟି ଟଙ୍କା କ୍ଷତି ସହିଛି। ତେଣୁ ଏଥର ୬ ପଇସା ଚାର୍ଜ ଲଗାଯାଇଛି। ତେବେ ଜିଓରୁ ଜିଓ ନେଟଓ୍ୱାର୍କକୁ ଆଗଭଳି ମାଗଣାରେ ଫୋନ୍ କରିହେବ।ପ୍ରଥମ ଥର ପାଇଁ ଏପରି ହେଉଛି ଜିଓ ନମ୍ବରରୁ କଲ୍‌ କଲେ ପଇସା ଦେବାକୁ ପଡୁଛି । ୨୦୧୭ ମସିହାରେ ଟ୍ରାଇ IUCକୁ ହ୍ରାସ କରି ୧୪ ପଇସାରୁ ୬ ପଇସା କରି ଦେଇଥିଲା । ଜାନୁଆରୀ ୨୦୨୦ରେ ଏହାକୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି । ଜିଓ ଅନ୍ୟ କମ୍ପାନୀମାନଙ୍କୁ ଦେଇଥିବା ପଇସାର ଭରଣା ପାଇଁ ଏପରି କରିଛି ।

 

ସମ୍ବନ୍ଧିତ ଖବର

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

Ratnamani Maharana

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

Ratnamani Maharana

୧୨ରୁ ଭୁବନେଶ୍ବର ବାଲିଯାତ୍ରା : ୮ଦିନର ଯାତ୍ରା, ୫ଶହ ଷ୍ଟଲ୍‌

Ratnamani Maharana

ରାଜଧାନୀରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana

ନକ୍ସଲଙ୍କ ନୂଆ ଫତୱା, ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ

Ratnamani Maharana