27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କଲା ଜିଓ

ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି ବୋଲି ନିକଟରେ ପ୍ରକାଶିତ ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି । ୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢ଼େ ତିନି ବର୍ଷରୁ କମ୍ ସମୟ ଭିତରେ ଏୟାରଟେଲକୁ  ପଛରେ ପକାଇ ୧.୧୮ କୋଟି ମୋବାଇଲ୍ ଗ୍ରାହକ ହାସଲ କରି ରାଜ୍ୟର ଏକ ନମ୍ବର ମୋବାଇଲ ଅପରେଟର ହୋଇପାରିଛି । ରାଜ୍ୟରେ ଯେକୌଣସି ଟେଲିକମ୍ ସେବା ପ୍ରଦାନକାରୀଙ୍କ ତୁଳନାରେ ଏହା ସର୍ବାଧିକ ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଏବେ ଜିଓର ୧.୧୮ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲର ୧.୧୭ କୋଟି, ବିଏସଏନଏଲର ୬୦ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୩୪ ଲକ୍ଷ ମୋବାଇଲ୍ ଗ୍ରାହକ ରହିଛନ୍ତି । ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାରେ ଅଗ୍ରଣୀ ଥିବା ଜିଓର ରାଜ୍ୟରେ ବର୍ତମାନ ପ୍ରୟ ୩୬% ଗ୍ରାହକ ବଜାର ଅଂଶ ରହିଥିବା ବେଳେ ୫୮% ରାଜସ୍ୱ ବଜାର ଅଂଶ (ଏଜିଆର) ରହିଛି ।

ପଢନ୍ତୁ: ଭାରତ ଅତୁଳନୀୟ କହିଲେ ରାଷ୍ଟ୍ରପତି ଟ୍ରମ୍ପ

Related posts

ବିମାନ ବନ୍ଦର ଭଳି ବସଷ୍ଟାଣ୍ଡ ଗୁଡିକରେ ନିର୍ମାଣ ହେବ ସପିଂ ମଲ ଓ ମଲଟି ଫ୍ଲେକ୍ସ

Ratnamani Maharana

ଜଗନ୍ନାଥଙ୍କୁ ମିଳିଛି ୧୮୭ କୋଟି ଟଙ୍କା ଓ ୧୭ କେଜିରୁ ଅଧିକ ସୁନା

Ratnamani Maharana

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More