News

ଜିଓର ନୂଆ ଅଫର, ପ୍ରତିମାସ ୩୫ ଟଙ୍କା ରିଚାର୍ଜରୁ ମିଳିବ ମୁକ୍ତି

719c18253bb239bed2e70779710b7e9a

ଜିଓ ସିମ୍‌  ଆସିବା ପରେ ଅନ୍ୟ  ସିମ୍‌କୁଡିକର ବ୍ୟବହାର ଧୀରେ ଧୀରେ କମିବାରେ ଲାଗିଛି। ଜିଓ ସିମର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଛି। ଜିଓର ପ୍ରଭାବରେ ଅନ୍ୟ ଟେଲିକମ କମ୍ପାନି ଗୁଡିକକୁ କ୍ଷତି ସହିବାକୁ ପଡ଼ୁଛି। ସେଥିଲାଗି ସିମ୍‌ର ବୈଧତା ବଜାଇ ରଖିବା ପାଇଁ ପ୍ରତିମାସ ୩୫ ଟଙ୍କା  ରିଚାର୍ଜ କରିବାକୁ ପଡ଼ିବ ବୋଲି ଅନ୍ୟ ଟେଲିକମ୍ କମ୍ପାନିଗୁଡିକ ନିୟମ କରିଥିଲେ। ଯାହା ଦ୍ବାରା ଗ୍ରାହକଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପ୍ରତି ମାସ ଶେଷରେ ଆପଣଙ୍କୁ ଆଉ ୩୫ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ଆସିଛି ଜିଓ ଟେଲିକମ୍। ଯଦି ଆପଣ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ତେବେ ଜିଓ ସିମ୍‌ର ପ୍ଲାନ ବ୍ୟବହାର କରି ଅନ୍ୟ ସିମ୍‌ଟିର ବୈଧତା ବୃଦ୍ଧି  କରି ପାରିବେ।

ସ୍ମାର୍ଟ ଫୋନରେ ବ୍ୟବହାର କରୁଥିବା ଦୁଇଟି ସିମ୍ ମଧ୍ୟରୁ ପ୍ରଥମଟି ଜିଓ ସିମ୍ ହୋଇଥିବା ଦରକାର। ଅନ୍ୟ ସିମ୍‌ର ବୈଧତା ବୃଦ୍ଧି କରିବା ପାଇଁ ସେହି ସିମ୍‌କୁ ଜିଓ ସିମ୍‌ରେ ଲିଙ୍କ୍ କରିବାକୁ ପଡିବ। ଏହା ଦ୍ବାରା ଜିଓ ସିମ୍‌ରେ ରିଚାର୍ଜ କଲେ ଅନ୍ୟ ସିମ୍‌ର ବୈଧତା(ଭାଲିଡିଟି)ର ବୃଦ୍ଧି ହୋଇଯିବ। ଗ୍ରାହକଙ୍କୁ ଆଉ ପ୍ରତି ମାସ ୩୫ ଟଙ୍କା ରିଚାର୍ଜ କରିବା ପଡିବ ନାହିଁ।

ପଢନ୍ତୁ: ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ

Related posts

ଜନ୍ମଦିନରେ ମୋଦିଙ୍କୁ ଏହି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ

Ratnamani Moharana

ଆୟୁଷ୍ମାନ ଭାରତ ଆରମ୍ଭ, ଉପକୃତ ହେବେ ୧୦କୋଟି ଗରିବ ପରିବାର

ENO Beuro

ହିନ୍ଦୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଡ. ଜାହାନ

Ratnamani Moharana

2 comments

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ September 7, 2019 at 10:44 am

[…] ଜିଓର ନୂଆ ଅଫର, ପ୍ରତିମାସ ୩୫ ଟଙ୍କା ରିଚାର୍… […]

ମାତ୍ର ୧୫ ମିନିଟ୍ ଦୂରତାରେ ରାସ୍ତା ଭୁଲିଗଲା ବିକ୍ରମ September 7, 2019 at 11:03 am

[…] ଜିଓର ନୂଆ ଅଫର, ପ୍ରତିମାସ ୩୫ ଟଙ୍କା ରିଚାର୍… […]

Leave a Comment