EnewsOdia.Com

ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସିଲା ଜିଓମାର୍ଟ

‘ଦେଶର ନୂଆ ଦୋକାନ’ ନାରା ଦେଇ ଖୁବ ଶୀଘ୍ର ଇ-ବାଣିଜ୍ୟ ସେବା ଆରମ୍ଭ କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି  ମୁକେଶ ଅମ୍ବାନି। ମୁକେଶ ଅମ୍ବାନି ଏବେ ଇ-ବାଣିଜ୍ୟ କାରବାରରେ ପାଦ ଥାପିବାକୁ ହେଉଛନ୍ତି ପ୍ରସ୍ତୁତ। ଭାରତୀୟ ବଜାରରେ କିଛି ଦିନ ଧରି ଆମାଜନ ଓ ଫ୍ଲିପକାର୍ଟ ନିଜର ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇ ଚାଲିଥିବା ବେଳେ ଏବେ ଏମାନଙ୍କୁ ଟକ୍କର ଦେବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜର ରିଟେଲ କମ୍ପାନି ଜିଓମାର୍ଟକୁ ଲଞ୍ଚ କରିଛି |

ସୋମବାର ଦିନ ଜିଓ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଜିଓମାର୍ଟରେ ନିଜ ନମ୍ବର ରେଜିଷ୍ଟର କରିବାକୁ ମେସେଜ ପଠାଯାଇଛି |୫୦ ହଜାରରୁ ଅଧିକ ତେଜରାତି ସାମଗ୍ରୀ ମିଳିବାକୁ ଥିବାବେଳେ ମାଗଣାରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ମାଗଣାରେ ସାମଗ୍ରୀ ଡେଲିଭରି ପାଇଁ କୌଣସି ନ୍ୟୂନତମ କ୍ରୟ ରାଶି ରହିବ ନାହିଁ ବୋଲି ସୂଚନା ରହିଛି|

ଏଠାରେ ସୂଚନା ଥାଉ କି ଚଳିତବର୍ଷ ଅଗଷ୍ଟ ୧୨ ତାରିଖରେ ମୁକେଶ ଅମ୍ବାନୀ ରିଲାଏନ୍ସର ବୈଠକର ଜିଓମାର୍ଟ ବାବଦରେ ସୂଚନା ଦେଇଥିଲେ | ସେ କହିଥିଲେ ଯେ ଜିଓମାର୍ଟ ଦ୍ୱାରା ଦେଶର ୩ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ଯୋଡ଼ାଯିବ | ରିଲାଏନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଖୁବ ଶୀଘ୍ର ଜିଓମାର୍ଟର ଆପ ଲଞ୍ଚ କରାଯିବାକୁ ଥିବାବେଳେ ଏବେ ଜିଓ ଗ୍ରାହକମାନଙ୍କୁ ନିଜ ନାମ ଓ ନମ୍ବର ରେଜିଷ୍ଟର କରାଯିବାକୁ ଆମନ୍ତ୍ରଣ ଦିଆଯାଉଛି |
ପଢନ୍ତୁ: ନୂଆବର୍ଷରେ ଉତ୍ସବ ପରିବର୍ତ୍ତେ ଉପବାସ କରିବ କଂଗ୍ରେସ

ସମ୍ବନ୍ଧିତ ଖବର

ଜମୁଛି ଦିଲ୍ଲୀ ନିର୍ବାଚନୀ ପ୍ରଚାର

Ratnamani Maharana

ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଆରମ୍ଭ

Ratnamani Maharana

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

୬ ହଜାର ଶହେ ଟଙ୍କାର ଫାଇନ ଗଣିଲେ ପ୍ରିୟଙ୍କା ଗାନ୍ଧି

Ratnamani Maharana

କିଙ୍ଗ୍ ନୁହେଁ କିଙ୍ଗମେକର୍ ହେବେ ସୁପର ଷ୍ଟାର ରଜନୀକାନ୍ତ

Ratnamani Maharana

ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଲା ବର୍ଷେ

Ratnamani Maharana