EnewsOdia.Com

ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

ମାଗଣା କଲ୍‌ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍‌କା ଦେଇଥିବା ଜିଓ ନେଟୱର୍କ  ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି। ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଜିଓରୁ ଅଲଗା ନେଟୱର୍କକୁ ଲୋକମାନେ ୩୦ ମିନିଟ୍‌  ଯାଏ ମାଗଣା କଲ କରିପାରିବେ। ହେଲେ ଏଥିପାଇଁ କମ୍ପାନୀ କିଛି ସର୍ତ୍ତ ଲାଗୁ କରିଛି।

ଦିନକୁ ଦିନ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଜିଓ ଏବେ ୩୦ ମିନିଟ୍‌ ପାଇଁ ଜିଓରୁ ଅଲଗା ନେଟୱର୍କକୁ କଲ୍‌ କଲେ କୌଣସି ପଇସା ଦେବାକୁ ପଡ଼ିବ ନାହିଁ ବୋଲି କହିଛି। ହେଲେ ଏହା କେବଳ ପ୍ରଥମ ରିଚାର୍ଜରେ ହିଁ ଲାଗୁ ହେବ। ନୂଆ ନିଷ୍ପତ୍ତିର ୭ ଦିନ ମଧ୍ୟରେ ରିଚାର୍ଜ କରୁଥିବା ଲୋକମାନେ ୩୦ ମିନିଟ୍‌ ଯାଏ ମାଗଣାରେ ଅଲଗା ନେଟୱର୍କକୁ କଲ୍‌ କରିପାରିବେ। ଏହି ନୂଆ ଅଫର ଅକ୍ଟୋବର ୧୭ ମଧ୍ୟରେ ରିଚାର୍ଜ କରୁଥିବା ଲୋକଙ୍କୁ ମିଳିବ।  ଏହା ଗୋଟିଏ ଥର ହିଁ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ଥର ରିଚାର୍ଜ ବେଳେ ଏହି ସୁବିଧା ମିଳିବ ନାହିଁ।

ପଢନ୍ତୁ: ଦୁଇ ଦିନିଆ ଗସ୍ତ ଶେଷ କରି ଚେନ୍ନାଇରୁ କାଠମାଣ୍ଡୁ ଅଭିମୁଖେ ଜିନପିଙ୍ଗ

ସମ୍ବନ୍ଧିତ ଖବର

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

Ratnamani Maharana

୪ ଦିନର ସଂଘର୍ଷ ପରେ ଶେଷରେ ହାରିଗଲା ସୁଜିତ୍

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana