Featured

ଆସନ୍ତୁ ଜାଣିବା ଜିଓର ସିକ୍ରେଟ୍ ନମ୍ବର,ଅସୁବିଧା ସମୟରେ କାମରେ ଆସିପାରେ

ଜିଓ ୟୁଜର୍ସଙ୍କ ପାଇଁ ଦୁଇଟି ସିକ୍ରେଟ୍ କୋଡ ବିଷୟରେ

ଜିଓ ୟୁଜର୍ସଙ୍କ ପାଇଁ ଦୁଇଟି ସିକ୍ରେଟ୍ କୋଡ ସଂପର୍କରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ । ଯଦି ଆପଣ ମଧ୍ୟ ଜିଓ ନମ୍ବର ବ୍ୟବହାର କରୁଛନ୍ତି ତେବେ ଏହି ସିକ୍ରେଟ କୋଡ ଆପଣଙ୍କ କାମରେ ନିଶ୍ଚୟ ଆସିବ । କାରଣ ଅଧିକାଂଶ ସମୟରେ ଆପଣ ବାହାରକୁ ଯାଉଥିବେ ଆଉ ଏଭଳି ବି ହୋଇଥାଏ କି ଆପଣ ଯାଇଥିବା ସ୍ଥାନରେ ଜିଓର ନେଟୱର୍କ ମିଳିବା ବହୁତ କଷ୍ଟକର ହୋଇପଡେ । ଏଭଳି ବି ହୋଇଥାଏ କି ଆପଣଙ୍କର ଫୋନର ବ୍ୟାଟେରୀ ଅଧାରେ ହିଁ ସରିଯିବ ହେଲେ ପାଖରେ ଅନ୍ୟ ଫୋନ ଥାଇ ବି ଆପଣ ସେଥିରେ ଜିଓ ନମ୍ବର ବ୍ୟବହାର କରିପାରୁନଥିବେ । ତେବେ ଆପଣ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା ସମସ୍ତ କଲ ଆପଣଙ୍କର ଅନ୍ୟ ନମ୍ବରରେ ବି ଡାଇଭଟ କରିପାରିବେ ।

ଜିଓର ଦୁଇଟି ସିକ୍ରେଟ କୋଡ ରହିଛି ଯାହା କି କେବଳ ଜିଓ ନମ୍ବରରେ ହିଁ କାମ କରିଥାଏ । ଜିଓର ଏହି ଦୁଇ ସିକ୍ରେଟ୍ କୋଡ ମଧ୍ୟରୁ ଗୋଟିଏ ହେଲା *409* ।ପ୍ରଥମେ ଆପଣ ଫୋନ କଲ ମେନ୍ୟୁକୁ ଆସନ୍ତୁ । ଏଠାରେ ସର୍ବପ୍ରଥମେ *409* ଲେଖନ୍ତୁ , ଏହାପରେ ଏଠାରେ ଆପଣ ସେହି ନମ୍ବରକୁ ଏଂଟର କରନ୍ତୁ ଯାହା ଉପରେ ଆପଣ ଆପଣଙ୍କର ନମ୍ବରର କଲ ଡାଇଭଟ କରିବାକୁ ଚାହୁଁଛନ୍ତି । ଆପଣ ଜିଓ  ନମ୍ବରର କଲ ଅଲଗା  ନମ୍ବରରେ ଡାଇଭଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ  ଏଥିପାଇଁ ଆପଣଙ୍କର ଜିଓ ନମ୍ବରରୁ *409* କଲ ଡାଇଭଟ କରିବାକୁ ଥିବା  ନମ୍ବର ଡାଏଲ କରିବାକୁ ପଡିବ । ଏହାପରେ କଲ କରନ୍ତୁ । ଏହା ପଛରେ # ଡାଏଲ କରିବାକୁ ପଡିବ ନାହିଁ । ତେବେ ଯେମିତି ହିଁ ଆପଣ କଲ କରିବେ ସେମିତି ହିଁ ଅନ୍ୟ ପଟରେ କମ୍ପ୍ୟୁଟର ଶଦ୍ଦ ଶୁଣାଯିବ । ଆଉ କହିବ କି କୌଣସି ଅସୁବିଧା କାରଣରୁ ଆପଣଙ୍କର କଲ ଫରୱାର୍ଡିଂରେ ରହିଛି । ଆପଣଙ୍କର ଜିଓ ନମ୍ବରରେ ଆସୁଥିବା କଲ ଆପଣଙ୍କର ଅନ୍ୟ ଫୋନକୁ ଚାଲି ଆସିବ ।

ଏବେ କଲ ଫରୱାର୍ଡଂ ଆକ୍ଟିଭେଟ ହୋଇଗଲା ମାତ୍ର ଏହାକୁ ହଟାଇବାକୁ ମଧ୍ୟ ପଡିବ । ଏହାର ପ୍ରୋସେସ୍ ମଧ୍ୟ ପାଖାପାଖି ସମାନ ରହିଛି । ଏଥିପାଇଁ ଆପଣଙ୍କର ଫୋନରୁ *410 ଡାଏଲ କରିବାକୁ ହେବ । ଏହା ପଛରେ ବି # ଲଗାଇବାକୁ ପଡିବନାହିଁ । ଏହାକୁ ଡାଏଲ କରିବା କ୍ଷଣି ହିଁ କମ୍ପ୍ୟୁଟର କହିବ କି ମୋବାଇଲ ବନ୍ଦ କିମ୍ବା ଅପହଂଚ ସ୍ଥିତିରେ ହୋଇଥିବା କଲ ଫରୱାର୍ଡିଂକୁ ବନ୍ଦ କରିଦିଆଯାଇଛି । ଆପଣଙ୍କର ଜିଓ ନମ୍ବରରେ ଆସୁଥିବା ସମସ୍ତ କଲ ଜିଓ ନମ୍ବରରେ ହିଁ ଆସିବ । ଅନ୍ୟ ନମ୍ବରରେ ଆଉ ଆସିବ ନାହିଁ ।

ପଢନ୍ତୁ ;

ଆସନ୍ତୁ ଜାଣିବା ବ୍ଲଡ ଗ୍ରୁପରୁ ଆପଣଙ୍କ ବେକ୍ତିତ୍ଵ

Related posts

ଆସନ୍ତୁ ଜାଣିବା ଲେମ୍ବୁର କେତେକ ବିଶେଷ ବ୍ୟବହାର ଓ ଉପକାରୀତା ଗୁଣ ବିଷୟରେ

ENO Beuro

ୟୁଜରଙ୍କ ତଥ୍ୟ ପଦାରେ ପକାଉଛି ହ୍ବାଟ୍‌ସ୍‌ଆପ

ENO Beuro

ଆସନ୍ତୁ ଜାଣିବା ନିତ୍ୟ ବ୍ୟବହାର୍ଜ୍ୟ ମେଥି ର ଦରକାରୀ ଓ ଉପଚାରି ଗୁଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More