EnewsOdia.Com

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

ମାତ୍ର ୧୫୦୦ ଟଙ୍କାରେ ୪ଜି ଫିଚର ଫୋନ ଲଞ୍ଚ କରିବା ପରେ ରିଲାଏନ୍ସ ଜିଓ କମ୍ପାନୀ ଏକ ବଡ ଧରଣର ଯୋଜନା ଆରମ୍ଭ ନେଇ ପ୍ରସ୍ତୁତି ଚଳାଇଛି । ଖବର ଅନୁଯାୟୀ ଏଥର ଫିଚର ଫୋନ ନୁହେଁ ମାତ୍ର ୨ ରୁ ୩ ହଜାର ମୂଲ୍ୟରେ ୪ଜି ସ୍ମାର୍ଟଫୋନକୁ ବଜାରରେ ପ୍ରବେଶ କରାଇବା ନେଇ ଯୋଜନା ଚଳାଇଛି । ମିଡ଼ିଆ ରିପୋର୍ଟ ମୁତାବକ କମ୍ପନୀ ନିଜ ଏହି ଫୋନର ଦର ମାତ୍ର ୨ ରୁ ୩ ହଜାର ଭିତରେ ରଖିବ ବୋଲି ସ୍ଥିର କରିଛି । ଏହି ସ୍ମାର୍ଟ ଫୋନ ଟିକୁ ଲଞ୍ଚ କରିବା ନେଇ ଜିଓ କମ୍ପାନୀ କେତେକ ବିଦେଶୀ କମ୍ପାନୀଙ୍କ ସହ ମିଶି କାମ କରୁଥିବା ଜଣାଯାଇଛି । ଅନ୍ୟ ଏକ ଖବର ଅନୁଯାୟୀ, ଜିଓ ଦେଶର ସମସ୍ତ ୨ ଜି ୟୁଜର୍ସଙ୍କୁ 4G ଫର୍ମାଟକୁ ଆଣିବା ନେଇ ମଧ୍ୟ ପ୍ରସ୍ତୁତି ଚଳାଇଛି ।

କୋରିଆ କମ୍ପାନୀ ଠାରୁ ବି ନିଜ ସ୍ମାର୍ଟ ଫୋନର ଦର କମ ରଖି ଲଞ୍ଚ କରିବ ବୋଲି ଜଣାଯାଇଛି । ଅନ୍ୟାନ ଅଫର୍ସ ସହ ଜିଓ ଏହି ସ୍ମାର୍ଟଫୋନକୁ ବଜାରରେ ଉପଲବ୍ଧ କରାଇବ । କହି ରଖିବା ଉଚିତ ହେବକି, କିଛି ଦିନ ପୂର୍ବରୁ ହିଁ ଜିଓ ଦୁଇଟି ୪ ଜି ଫିଚର ଫୋନକୁ ଭାରତୀୟ ବଜାରରେ ପ୍ରବେଶ କରାଇଥିଲା । ସେମଧ୍ୟରୁ ଗୋଟିକର ନାଁ ଜିଓ ଫୋନ ରଖା ଯାଇଥିବା ବେଳେ ଅନ୍ୟଟିର ନାଁ ଜିଓ ଫୋନ-୨ରଖା ଯାଇଥିଲା । ଏହା ପୂର୍ବରୁ ଲାଇଫ ବ୍ରାଣ୍ଡ ସହ ବି ଜିଓ ନିଜ ୪ ଜି ସ୍ମାର୍ଟଫୋନ କୁ ବଜାରରେ ଓଲ୍ହାଇଥିଲା ।

ପଢନ୍ତୁ: ଏଥର ହୋଲି ପାଳିବେନି ମୋଦି

ସମ୍ବନ୍ଧିତ ଖବର

ଚାକିରି ଖାଉଛି ମାନ୍ଦାବସ୍ଥା

Ratnamani Maharana

ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

Ratnamani Maharana

ପୁଣି ଭାଇରାଲ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର

Ratnamani Maharana

ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଅଭିଯାନ

Ratnamani Maharana

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana

ଆସନ୍ତା ଗୁରୁବାର ହେବ ବର୍ଷର ଶେଷ ସୂର୍ଯ୍ୟପରାଗ

Ratnamani Maharana