News

ଏବେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କଲେ କ୍ଷତିପୂରଣ ସହ ୫ ବର୍ଷ ଜେଲ ଦଣ୍ଡ

By Krishna Kumar Manoj

October 27, 2017

ଜାମ୍ମୁ ଓ କାଶ୍ମୀରରେ ଲାଗୁହେଲା ନୂଆ ସରକାରୀ ନିୟମ । ପ୍ରତିଦିନ ଲାଗିରହିଥିବା ହିଂସାକାଣ୍ଡରେ ଘଟୁଥିବା ବ୍ୟାପକ କ୍ଷୟକ୍ଷତିକୂ ରୋକିବାକୁ ସରକାରଙ୍କ ଏ ଅଭିନବ ଉପାୟ । ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁାସାରେ ଯଦି କୋଣସି ବ୍ୟକ୍ତି ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କରନ୍ତି ତେବେ ତାହାର କ୍ଷତିପୂରଣ ସେହି ବ୍ୟକ୍ତି ବା ସେହି କ୍ଷତିରେ ଲିପ୍ତ ସମସ୍ତ ଭାଗୀଦାରଙ୍କୁ ଦେବାକୁ ପଡ଼ିବ । ଆନ୍ଦୋଳନକାରୀ ମାନଙ୍କୁ ଜୋରିମାନା ସହ ୫ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।

ପ୍ରତିଦିନ ଲାଗିରହିଥିବା ହିଂସାକାଣ୍ଡ, ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହେଉଛି । କ୍ଷତି କେବଳ ସରକାରୀ ସମ୍ପତ୍ତିରେ ସିମୀତ ନୁହେଁ ଘରୋଇ ଧନସମ୍ପତ୍ତି ମଧ୍ୟ ନଷ୍ଟ କରିବାକୁ ଲୋକ ପଛାଉ ନାହାନ୍ତି  । ଏହି ଲାଗୁ ହେଇଥିବା ନୂଆ ସରକାରୀ ନିୟମ ଅନୁସାରେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ଭଙ୍ଗା ରୁଜା ଓ ପଥର ଫିଙ୍ଗା ଭଳି କାର୍ୟ୍ୟ କରୁଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ପ୍ରତି କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ । ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ଏନ ଏନ ଭୋରା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଧ୍ୟାଦେଶକୁ ଆଜି ମଞ୍ଜୁର କରିଛନ୍ତି  ।

ଜାମ୍ମୁ ଓ କାଶ୍ମୀର ସରକାରୀ ସମ୍ପତ୍ତି ପ୍ରିଭେନସନ ଅଫ ଡ୍ୟାମେଜ ଆମେଣ୍ଡମେଣ୍ଟ, ୨୦୧୭ ଅନୁସାରେ ସରକାରୀ ସମ୍ପତ୍ତି ନଷ୍ଟ ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରାଯାଇଛି । ଏହି ଅଧ୍ୟାଜେଶକୁ ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି ।

ସରକାରଙ୍କ ବୟାନ ଅନୁସାରେ ୨ଟି ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ନେଇ ଏହି ଅଧ୍ୟାଦେଶ ଜାରି କରାଯାଇଛି । ପ୍ରଥମତଃ ଯେଉଁ ଆନ୍ଦୋଳନକାରୀ ମାନେ ସରକାରୀ ବା ବେସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କ ଆପରାଧିକ କାର୍ୟ୍ୟକଳାପ ପାଇଁ ଦଣ୍ଡଭୁକ୍ତ କରାଯିବ ଏ ସେମାନେ ଏହାର କ୍ଷତିପୂରଣ ଦେବେ । ଦ୍ୱିତୀୟରେ ଯଉଁ ବ୍ୟକ୍ତି ମାନେ ଏଭଳି କାମ ପାଇଁ ପ୍ରବର୍ତାଉଛନ୍ତି  ସେ ମଧ୍ୟ ସିଧାସଳଖ ଭାବରେ ଏହି ଆଇନ ଅନୁସାରେ ଦଣ୍ଡଭୁକ୍ତ ହେବେ ।

ପଢନ୍ତୁ, ଘରକାମରେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନେ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା କ’ଣ ହୁଏ ଜାଣନ୍ତୁ