News

ଜେକେଏଲଏଫ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

j

ଜେକେଏଲ୍‌ଏଫ୍‌କୁ ନିଷିଦ୍ଧ ଘୋଷଣା

କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌)କୁ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ସଂଗଠନ ଭାରତରେ ଆତଙ୍କ ଖେଳାଇବା ପାଇଁ ପାକିସ୍ତାନର ଏଜେଣ୍ଟ ଭାବେ କାମ କରୁଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି । କେନ୍ଦ୍ର ଗୃହ ସଚିବ ରାଜୀବ ଗାବା ଏହି ସୂଚନା ଦେଇଛନ୍ତି । ପୁଲଓ୍ଵାମା ବିସ୍ଫୋରଣ ପରେ କେନ୍ଦ୍ର ସରକାରଙ୍କର ଇଏ ହେଉଛି ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ।

ଜେକେଏଲଏଫ ଉପରେ ହତ୍ୟା, ଅପହରଣ ସହ ୩୭ଟି ଏଫଆଇଆର ଦାୟର କରିଛି ସିବିଆଇ ଏବଂ ଏନଆଇଏ । ଏହି ସଂଗଠନ ଜମ୍ମୁ କାଶ୍ମୀର ଲୋକଙ୍କୁ ଉସକାଇ ବିଭିନ୍ନ ହିଂସାକାଣ୍ଡ ଘଟାଉଥିବା ପ୍ରମାଣ ରହିଛି । କେନ୍ଦ୍ର ସରକାରଙ୍କ ଜେକେଏଲ୍‌ଏଫ୍‌କୁ ବ୍ୟାନ୍‌ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ପଢନ୍ତୁ; ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର

Related posts

ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

ENO Beuro

ଦୀର୍ଘ ୬ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ!

ENO Beuro

ଏବେ ରେଳ ଯାତ୍ରୀମାନଙ୍କୁ ମିଳିବ ଏୟାରଲାଇନ୍‌ସ ସୁବିଧା – ରେଳବାଇ

ENO Beuro

Leave a Comment