EnewsOdia.Com

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସୋମବାର ଜେଏନୟୁର ୩ୟ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେଉଥିବାବେଳେ ବାହାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରଛାତ୍ରୀମାନେ ବିକ୍ଷୋଭ ସମୟରେ ବ୍ୟାରିକେଡ୍‌ ଭାଙ୍ଗିଦେବାରୁ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି।

ବିଶ୍ଵବିଦ୍ୟାଳୟରେ ଫିକୁ ଅହେତୁକ ବୃଦ୍ଧି କରାଯାଇଥିବାରୁ ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏ ଦିଗରେ କର୍ତ୍ତୃପକ୍ଷ ନୀରବ ରହିଥିବାବେଳେ ସେମାବାର ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଉଛି। ଏଥିରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାନ ନିଶଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଛାତ୍ରଛାତ୍ରୀମାନେ ଫି ବୃଦ୍ଧିକୁ ବିରୋଧ କରି କ୍ୟାମ୍ପସ ବାହାରେ ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ସେମାନଙ୍କୁ ଅଟକାଇବା ଲାଗି ବହୁ ସଂଖ୍ୟାରେ ଯବାନ ଏବଂ ପୁଲିସ ମୁତୟନ ହୋଇଥିଲେ। ବିକ୍ଷୋଭ ବେଳେ କେତେଜଣ ଛାତ୍ରଛାତ୍ରୀ ବ୍ୟାରିକେଡ୍‌ ଭାଙ୍ଗିବାରୁ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଯେପର୍ଯ୍ୟନ୍ତ ଫି ବୃଦ୍ଧିକୁ ହ୍ରାସ କରାଯାଇ ନାହିଁ ସେପର୍ଯ୍ୟନ୍ତ ଦୀକ୍ଷାନ୍ତ ସମାରୋହକୁ ସେମାନେ ଗ୍ରହଣ କରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ପଢନ୍ତୁ: ‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

ସମ୍ବନ୍ଧିତ ଖବର

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

ଖୁବଶୀଘ୍ର ବଜାରରେ ମିଳିବ ନୂଆ ଟଙ୍କିକିଆ ନୋଟ

Ratnamani Maharana

ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Maharana

‘ମୁଁ ସଫେଇବାଲା ଅଭିଯାନ’ ପାଇଁ ସଫା ହେବାରେ ଲାଗିଛି ସବୁ ସ୍ଥାନ

Ratnamani Maharana

୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌

Ratnamani Maharana