EnewsOdia.Com

ଚାକିରି ଖାଉଛି ମାନ୍ଦାବସ୍ଥା

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଚାକିରି ହରାଇଲେଣି ଲକ୍ଷାଧିକ ଲୋକ । ଏହି ସଂଖ୍ୟା ୩ ବର୍ଷ ମଧ୍ୟରେ ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୬ ମସିହା ଅଗଷ୍ଟ ସୁଦ୍ଧା ଦେଶରେ ଚାକିରି ହରାଇବା ହାର ୭.୨ ପ୍ରତିଶତ ଥିଲା । ଆଉ ଚଳିତବର୍ଷ ଏହି ହାର ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ବିଗତ ୩ ବର୍ଷ ମଧ୍ୟରେ ଏହି ହାର୍ ସର୍ବାଧିକ।

jobless rate rise in india

ଲକ୍ଷାଧିକ ଲୋକ ବେରୋଜଗାର ହେବା ସହ ଭିତ୍ତିଭୂମି, ଉତ୍ପାଦନ ହାର ଓ କ୍ୱାଲିଟି କମିଛି । ମାନ୍ଦାବସ୍ଥା ପ୍ରଭାବକୁ ନେଇ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି ରିପୋର୍ଟ ଅନୁସାରେ ଉତ୍ପାଦନ ହାର ୫.୨ ପ୍ରତିଶତ ହ୍ରାସ ପାଇଛି । ଶିଳ୍ପ କ୍ଷେତ୍ରରେ ଅତ୍ୟଧିକ ପ୍ରଭାବ ପଡ଼ିଛି । ୬ ବର୍ଷ ମଧ୍ୟରେ ଚଳିତବର୍ଷ ଦ୍ରୁତ ଗତିରେ ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି ।

ଆର୍ଥିକ ମାନ୍ଦାବସ୍ଥା, ଉତ୍ପାଦନ ହାର କମିବା ଫଳରେ ବିଭିନ୍ନ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି। ମହଙ୍ଗା ହେବାରେ ଲାଗିଛି ସବୁକିଛି । ଆଉ ଏହାର ପ୍ରଭାବ ପଡ଼ିଛି ଘରୋଇ ଓ କର୍ପୋରେଟ ସେକ୍ଟର ଉପରେ । ମାନ୍ଦା ଅର୍ଥନୀତି ଯୋଗୁଁ କମ୍ପାନୀମାନେ ଖର୍ଚ୍ଚ କାଟ୍ କରୁଛନ୍ତି। ଯାହାର ଫଳ ସ୍ୱରୁପ ଦେଶରେ ଲକ୍ଷାଧିକ ଲୋକ ଚାକିରି ହରାଇ ସାରିଲେଣି ।

ପଢନ୍ତୁ: ଇମ୍ରାନଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ‘ଆଜାଦି ମାର୍ଚ୍ଚ’

ସମ୍ବନ୍ଧିତ ଖବର

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ଦୁନିଆର ସବୁଠୁ ଦାମୀ ଚକୋଲେଟ

Ratnamani Maharana

ରାତି ପାହିଲେ ଖଣ୍ଡଗିରି ମହାକୁମ୍ଭ ମେଳା

Ratnamani Maharana

ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ

Ratnamani Maharana