Entertainment

ସଲମାନଙ୍କୁ ଆଶ୍ଵସ୍ତି : ମିଳିଲା ବିଦେଶ ଗ୍ରସ୍ତର ଅନୁମତି

ଆଗାମୀ ସିନେମା ସୁଟିଂ ନିମନ୍ତେ ବିଦେଶ ଯିବା ଉପରେ ସବୁଜ ସଙ୍କେତ ଦେଇଛନ୍ତି କୋର୍ଟ

ସିନେ ତାରକା ସଲମାନ ଖାନ କୃଷ୍ଣସାର ହରିଣ ଶିକାର ଘଟଣାରେ ଜାମିନ ପାଇଥିଲେ ମଧ୍ୟ ତାଙ୍କ ବିଦେଶ ଗସ୍ତ ଉପରେ ଅଙ୍କୁଶ ଲଗାଇଥିଲେ । ମୃଗ ଶିକାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜାମିନରେ ଆସିଥିବା ବଲିଉଡ ନାୟକ ସଲମାନ ଏବେ ବିଦେଶ ଯାତ୍ରା କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଛନ୍ତି ।

ତେବେ ଆଜି ଯୋଧପୁର କୋର୍ଟ ଏହି ଅଙ୍କୁଶକୁ ସାମାନ୍ୟ କୋହଳ କରିଛନ୍ତି । ୪ଟି ଦେଶ ଭ୍ରମଣ କରିବା ପାଇଁ ଯୋଧପୁର ଜିଲା ଓ ଦୌରା ଜଜ କୋର୍ଟରେ ସଲମାନ ଏଥିପାଇଁ ଆବେଦନ କରିଛନ୍ତି । ସଲମାନଙ୍କ ଆଗାମୀ ସିନେମା ସୁଟିଂ ନିମନ୍ତେ ତାଙ୍କୁ ଆମେରିକା, ନେପାଳ ଓ କାନାଡ଼ା ଯିବା ଉପରେ ସବୁଜ ସଙ୍କେତ ଦେଇଛନ୍ତି କୋର୍ଟ । ସଲମାନ ଅଲ୍ଲୀ ଅବାସ ଜାଫରଙ୍କ ସିନେମା ‘ଭାରତ’ ସୁଟିଂ ପାଇଁ ବିଦେଶ ଗସ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ, ୧୯୯୮ରେ ମୁଭି ‘ହମ୍‌ ସାଥ୍‌ ସାଥ୍‌ ହୈ’ର ଶୁଟିଂ ସମୟରେ ସଲମାନ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ କୋର୍ଟ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନିକଟରେ ସେ ୨ ରାତି ଜେଲରେ କାଟିବା ପରେ ଜାମିନ ପାଇ ବାହାରକୁ ଆସିଛନ୍ତି । ତେବେ ସେ ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ କୋର୍ଟଙ୍କ ଅନୁମତି ନେବା ଜରୁରୀ ବୋଲି କୋର୍ଟ ପୂର୍ବରୁ ଉଲ୍ଲେଖ କରିଛନ୍ତି ।

ପଢନ୍ତୁ ;

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

Related posts

ଗାୟକ ରାହତ ଫତେ ଅଲି ଖାଁଙ୍କୁ ଇଡ଼ି ନୋଟିସ୍‌

ENO Beuro

ବଲିଉଡ ସିନେମା ‘ସିମ୍ବା’ ରେ ଓଡିଆ ଝିଅ ସୁପ୍ରିୟାଙ୍କ ଜଲୱା

ENO Beuro

‘ମଣିକର୍ଣ୍ଣିକା’ର ରିଲିଜକୁ ବମ୍ବେ ହାଇକୋର୍ଟଙ୍କ ସବୁଜ ସଙ୍କେତ

ENO Beuro

2 comments

Leave a Comment