Entertainment

ସଲମାନ ଜେଲ ଯିବା ମାତ୍ରେ ଦୋହଲିଲା ଫିଲ୍ମ ଇଣ୍ଡଷ୍ଟ୍ରୀ

ଫିଲ୍ମ ଇଣ୍ଡଷ୍ଟ୍ରିରେ ବାଜିରେ ଲାଗିଲା ୫୦୦ କୋଟି

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଗୁରୁବାର ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି।  ଗୁରୁବାର ଯୋଧପୁରର ସିଜିଏମ ଅଦାଲତ ଏହି ମାମଲାରେ ରାୟ ଦେଇଛନ୍ତି। କୋର୍ଟ ତାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।

ଏହା ଦ୍ୱାରା ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିର କୋଟି କୋଟି ଟଙ୍କା କ୍ଷତି ହେବାର ଆଶଙ୍କା ରହିବ ବୋଲି ଅନୁମାନ କରାଯାଉଛି । ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ୫ଶହ କୋଟି ଟଙ୍କା ପାଣିରେ ପଡିବ ବୋଲି ଅନୁମାନ କରାଯାଉଛି । ଜେଲ ଦଣ୍ଡ ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଦୋହଲି ଯାଇ ଜାଣନ୍ତୁ ସଲମାନଙ୍କୁ ସଜା ମିଳିବା ପରେ କେଉଁ ପ୍ରକାରର ବ୍ୟବସାୟ ପ୍ରଭାବିତ ହେବ ।

ରେସ୍ ୩ :- ସଲମାନ ଖାନ ଏହି ସମୟରେ ରେସ୍ ୩ ଫିଲ୍ମର ସୁଟିଂ କରୁଛନ୍ତି ।  ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମର ସୁଟିଂ ଏବେ ଅଧାରେ ରହିଛି । ୧୦୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମର ନିର୍ମାଣ କରାଯାଉଛି ।

ଦବଙ୍ଗ ୩ :- ସୁପରିହଟ୍ ଫିଲ୍ମ ଦବଙ୍ଗର ତୃତୀୟ ଭାଗ ଦବଙ୍ଗ ୩ରେ ମଧ୍ୟ ସଲମାନ ଅଭିନୟ କରିବା ସ୍ଥିର ହୋଇଛି । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ ହୋଇପାରେ । ଯଦି ସଲମାନଙ୍କୁ ଜାମିନ ନମିଳେ ତେବେ ଏହି ଫିଲ୍ମ ବଡ଼ ପରଦାକୁ ଆସିବାକୁ ଅନେକ ବର୍ଷ ଲାଗିଯିବ ।

ଭାରତ :- ସଲମାନ ଖାନ ଭାରତ ନାମକ ଏକ ଫିଲ୍ମରେ କାମ କରୁଛନ୍ତି । ଯଦି ସଲମାନଙ୍କୁ ଜାମିନ ନମିଳେ ତେବେ ଏହି ଫିଲ୍ମ ନିର୍ମାଣ ହେବା ମୁସ୍କିଲ ହୋଇଯିବ । ଏହାର ନିର୍ମାଣ ଅଲି ଅବ୍ବାସ ଜଫର କରୁଛନ୍ତି । ତାଙ୍କ ସହିତ ସଲମାନ ପୂର୍ବରୁ ସୁଲତାନ ଓ ଟାଇଗର ଜିନ୍ଦା ହୈରେ କାମ କରି ସାରିଛନ୍ତି। ସଲମାନଙ୍କ ଏହି ଫିଲ୍ମରେ ଜୁନରେ ଆରମ୍ଭ ହେବାର ଅଛି ।

କିକ୍ ୨ :- ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ କିକର ସ୍ଵିକେଲ କିକ୍ ୨ ମଧ୍ୟ ନିର୍ମାଣ ହେବାକୁ ଯାଉଛି ।

ବିଗବସ୍ ୧୨ :- ସଲମାନ ଖାନଙ୍କ ନାମରେ ଏବେ ବିଗବସର ପରବର୍ତ୍ତୀ ସିଜିନ ମଧ୍ୟ ହେବାକୁ ଯାଉଛି । ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଥିବା ବିଗବସ୍ ୧୨ ପାଇଁ ସଲମାନଙ୍କ ଜାଗାରେ ଅନ୍ୟ କୌଣସି ହୋଷ୍ଟ ଖୋଜିବାକୁ ପଡ଼ିପାରେ । ଉଲ୍ଲେଖଯୋଗ୍ୟ ସଲମାନ ଖାନ ଏହି ଶୋ ପାଇଁ ୧୧ କୋଟି ଟଙ୍କା ନେଇଥାନ୍ତି ।

ସଲମାନ ଜେଲ ଯିବା ମାତ୍ରେ ଦୋହଲିଲା ଫିଲ୍ମ ଇଣ୍ଡଷ୍ଟ୍ରୀ salman khan

ପଢନ୍ତୁ ;

ଖରାଦିନେ ମଦ୍ୟପାନ କରିଲେ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

Related posts

ଚର୍ଚ୍ଚିତ ଯୋଡି ମିଲିନ୍ଦ୍ ଓ ଅଙ୍କିତାଙ୍କ ନିର୍ବନ୍ଧ ଫଟୋ ଭାଇରାଲ୍

ENO Beuro

ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

ENO Beuro

ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More