• Home
  • News
  • ଷ୍ଟେସନ ସ୍ୱଚ୍ଛତା ଉପରେ ତୃତୀୟ ପକ୍ଷ ସର୍ଭେ ରିପୋର୍ଟ ଉନ୍ମୋଚନ କଲେ ପିୟୁଷ ଗୋୟଲ
News

ଷ୍ଟେସନ ସ୍ୱଚ୍ଛତା ଉପରେ ତୃତୀୟ ପକ୍ଷ ସର୍ଭେ ରିପୋର୍ଟ ଉନ୍ମୋଚନ କଲେ ପିୟୁଷ ଗୋୟଲ

ଷ୍ଟେସନ ସ୍ୱଚ୍ଛତା ଉପରେ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆ (QCI) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟକୁ ରେଲୱେ, କୋଇଲା, ଅର୍ଥ ଓ କମ୍ପାନି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ ଉନ୍ମୋଚନ କରିଛନ୍ତି । ରେଲୱେ ବୋର୍ଡ ସଦସ୍ୟ, ଚେୟାରମ୍ୟାନ୍, କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ରେଲୱେ ବୋର୍ଡର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ସ୍ୱଚ୍ଛତାର ସ୍ତର ବୃଦ୍ଧି, ଅସ୍ୱଚ୍ଛ ରହୁଥିବା ସ୍ଥାନ ଚିହ୍ନଟ କରିବା ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଷ୍ଟେସନ ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ଲକ୍ଷ୍ୟରେ ରେଳବାଇ ପକ୍ଷରୁ ତୃତୀୟ ଥର ପାଇଁ ଏପରି ଅଡିଟ କରାଯାଇଛି।

jaipur ଷ୍ଟେସନ ଷ୍ଟେସନ ସ୍ୱଚ୍ଛତା ଉପରେ ତୃତୀୟ ପକ୍ଷ ସର୍ଭେ ରିପୋର୍ଟ ଉନ୍ମୋଚନ କଲେ ପିୟୁଷ ଗୋୟଲ jaipur

ତୃତୀୟ ପକ୍ଷ ଦ୍ୱାରା ହୋଇଥିବା ସ୍ୱଚ୍ଛତା ଉପରେ ଏହି ଅଡିଟ ଓ ସର୍ଭେ ରିପୋର୍ଟରେ ମୋଟ ୪୦୭ଟି ଷ୍ଟେସନକୁ ସାମିଲ କରାଯାଇଥିଲା । ଏଥିରୁ A-୧ ବର୍ଗରେ ୭୫ଟି ଓ A ବର୍ଗରେ ୩୩୨ଟି ଷ୍ଟେସନକୁ ସାମିଲ ହୋଇଥିଲା।

ଶ୍ରେଷ୍ଠ ଷ୍ଟେସନଗୁଡ଼ିକ ହେଲେ-

A-୧ ବର୍ଗ (୭୫ଟି ଷ୍ଟେସନ ମଧ୍ୟରୁ)

1. ଯୋଧପୁର/ ନର୍ଥ ୱେଷ୍ଟର୍ଣ୍ଣ ରେଲୱେ

2. ଜୟପୁର/ ନର୍ଥ ୱେଷ୍ଟର୍ଣ୍ଣ ରେଲୱେ

3. ତିରୁପତି/ ସାଉଥ୍ ସେଣ୍ଟ୍ରାଲ ରେଲୱେ

ପଢନ୍ତୁ;ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

Related posts

ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ ଏକର

Krishna Kumar Manoj

ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

Krishna Kumar Manoj

ପରପାରିରେ ଗୀତିକବି ରସରାଜ !

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More