21.7 C
Bhubaneswar
October 29, 2020
EnewsOdia.Com
ନ୍ୟୁଜ୍

ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡରରେ ମିଳିଲା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱ, ବଜାରରୁ ୩୩,୦୦୦ଡ଼ବା ଫେରାଇନେଲା କମ୍ପାନି

ନିଜ ପ୍ରଡକ୍ଟକୁ ନେଇ ପୂର୍ବରୁ ବିବାଦରେ ରହି ସାରିଥିବା ଆମେରିକୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ପୁଣି ଥରେ ଚର୍ଚ୍ଚାରେ ରହିଛିି । ଆମେରିକାର ସ୍ୱାସ୍ଥ୍ୟ ନିୟାମକ କମ୍ପାନିର ପ୍ରଡକ୍ଟ ଯାଞ୍ଚ କରିବା ପରେ ସେଥିରେ ଆଜବେଷ୍ଟସ୍‌ର ମାତ୍ରା ଅଧିକ ଥିବା ସାମ୍ନାକୁ ଆସିଥିଲା । ଯାହା ପରେ କମ୍ପାନି ବଜାରରୁ ୩୩,୦୦୦ବେବି ପାଉଡରକୁ ଫେରାଇ ନେଇଥିବା ଜଣା ପଡ଼ିଛି । କାରଣ ପାଉଡରରେ ମିଳିଥିବା ଆଜ୍‌ବେଷ୍ଟସ୍‌ରେ କାର୍ସିନୋଜେନ ରହିଛି ଯାହା ଶରୀରରେ କର୍କଟ ରୋଗ ସୃଷ୍ଟି କରିଥାଏ ।

ଏହି ଖବର ସାମ୍ନାକୁ ଆସିବା ପରେ କମ୍ପାନି ଏବେ ପୁଣି ବିବାଦରେ ଛନ୍ଦି ହୋଇଛି ।ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ କମ୍ପାନିର ସାମ୍ପୁ ଓ ଅନ୍ୟ ପ୍ରଡକ୍ଟରେ ହାନିକାରକ ତତ୍ତ୍ୱ ରହିଥିବା ନେଇ ଲୋକେ ପୂର୍ବରୁ ଅଭିଯୋଗ କରି ଆସିଛନ୍ତି । ଯାହା ପାଇଁ କମ୍ପାନି ବିବାଦରେ ରହିଥିବା ବେଳେ ଏହାର ପ୍ରଡକ୍ଟକୁ ଯାଞ୍ଚ ପାଇଁ ପଠାଯାଇଥିଲା । ଯାଞ୍ଚ ପରେ ଏବେ ଲୋକଙ୍କ ଅଭିଯୋଗ ସତ ବୋଲି ପ୍ରମାଣ ହୋଇଛି ।

ପଢନ୍ତୁ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳିକା ଦୀପ୍ତି ଶର୍ମା

Related posts

ବାଲୁକାକଳାରେ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ

Ratnamani Maharana

ଜାପାନରେ ‘ହଗିବିସ୍’ର ତାଣ୍ଡବ

Ratnamani Maharana

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More