News

ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

ସାମ୍ବାଦିକଙ୍କୁ ହତ୍ୟା କଲେ ବାଲି ମାଫିଆ

ମଧ୍ୟପ୍ରଦେଶ ଭିଣ୍ଡ୍‌ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ବାଲି ମାଫିଆ ଡମ୍ପର ଧକ୍କା କରି ସୋମବାର ହତ୍ୟା କରିଛନ୍ତି। ସେ ହେଉଛନ୍ତି ଜାତୀୟସ୍ତରୀୟ ଏକ ନ୍ୟୁଜ୍‌ ଚ୍ୟାନେଲ ପ୍ରତିନିଧି। ତାଙ୍କ ନାମ ସନ୍ଦୀପ୍‌ ଶର୍ମା। ଜିଲାରେ ପୁଲିସ ଓ ବାଲି ମଫିଆଙ୍କ ଭିତରେ ରହିଥିବା ଅସାଧୁ ମେଣ୍ଟରେ ସେ ଷ୍ଟିଙ୍ଗ ଅପରେସନ ଜରିଆରେ ପର୍ଦାଫାସ କରିଥିଲେ। ସେଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୂର୍ବରୁ ସେ ପୁଲିସରେ ଅଭିଯୋଗ ବି କରିଥିଲେ।

ସୂଚନାନୁଯାୟୀ, ୩୫ ବର୍ଷୀୟ ସନ୍ଦୀପ ଭିଣ୍ଡ୍‌ରେ ଏକ ପ୍ରେସ୍‌ କ୍ଲବ୍‌କୁ ଯାଉଥିବା ବେଳେ ତାଙ୍କୁ ପଛରୁ ଏକ ଡମ୍ପର ଖୁବ୍‌ ଜୋର୍‌ରେ ପିଟିଦେବା ସହ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ-ଅଗଷ୍ଟ ମାସରେ ପୁଲିସ ଏବଂ ଖଣି ମାଫିଆଙ୍କ ମଧ୍ୟରେ ରହିଥିବା ସଲାସୁତରା ସମ୍ପର୍କରେ ସନ୍ଦୀପ ଏକ ଷ୍ଟିଙ୍ଗ୍‌ ଅପରେସନ କରିଥିଲେ। ଅକ୍ଟୋବର ମାସରେ ଏହାର ପ୍ରସାରଣ ହୋଇଥିବା ବେଳେ ପଦକ୍ଷେପ ସ୍ୱରୂପ ଏସ୍‌ପି କିଛି ପୁଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ। ମାତ୍ର ସେମାନଙ୍କ ବିରୋଧରେ ଏଯାବତ୍‌ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇନି। ଅପରପକ୍ଷେ, ସନ୍ଦୀପଙ୍କୁ ପୂର୍ବରୁ ଅନେକ ଥର ହତ୍ୟା ଧମକ ମିଳିଥିଲା ବୋଲି ସ୍ଥାନୀୟ ସାମ୍ବାଦିକମାନେ କହିଛନ୍ତି।

ପଢନ୍ତୁ; ଆସନ୍ତୁ ଜାଣିବା ପାନ ପତ୍ରକୁ କେଉଁ ଉପାୟରେ ବ୍ୟବହାର କଲେ ଅନେକ ଉପକାର ମିଳିପାରିବ!

Related posts

ବିମାନ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି

ENO Beuro

କୃଷି ଋଣ ଛାଡ଼ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ENO Beuro

ତିନି ଦିନ ବର୍ଷା ନାହିଁ, ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ

Ratnamani Moharana

1 comment

Leave a Comment