News

ବିଚାରପତି ଲୋୟା ମାମଲା:ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ !

ଲୋୟା ମାମଲା

ସ୍ୱତନ୍ତ ବିଚାରପତି ଜଷ୍ଟିସ୍‍ ବି ଏଚ୍‍ ଲୋୟା ମୃତ୍ୟୁ ଘଟଣାର ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୋହରାବୁଦ୍ଦିନ ଏନ୍‍କାଉଣ୍ଟର ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‍ ଲୋୟାଙ୍କ ୨୦୧୪ ଡିସେମ୍ବର ୧ ତାରିଖରେ ନାଗପୁରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦ୍‍ଘାତରେ ମୃତ୍ୟୁ ଘଟିଥିଲା। ଏନ୍‍କାଉଣ୍ଟର ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମ୍ପୃକ୍ତି ଅଭିଯୋଗ ଥିବାରୁ ଜଷ୍ଟିସ୍‍ ଲୋୟାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା।

ଶୀର୍ଷ ଅଦାଲତ କହିଛନ୍ତି କି, ଜଜ୍‌ ଲୋୟାଙ୍କ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ଅଧିକାରୀଙ୍କୁ ଅବିଶ୍ୱାସ କରିବାର କୌଣସି କାରଣ ନାହିଁ। ତାଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଥିଲା ବୋଲି ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି। ମୃତ୍ୟୁ ସମୟରେ ସିବିଆଇ ଜଜ୍‌ ହାଇପ୍ରୋଫାଇଲ୍‌ ସୋହରାବୁଦ୍ଦିନ୍‌ ଶେଖ୍‌ ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲାର ଶୁଣାଣି କରୁଥିଲେ।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ଏହି ମାମଲାରେ ଦାଖଲ ହୋଇଥିବା ଆବେଦନରେ କେବଳ ଜଣକୁ ଟାର୍ଗେଟ କରାଯାଇଛି। କିନ୍ତୁ ସେ କୌଣସି ବ୍ୟକ୍ତିଙ୍କର ନାମ ନେଇ ନଥିଲେ। ମୁକୁଲ ରୋହତଗୀ କହିଥିଲେ, ମାମଲାରେ ଏସ୍‌ଆଇଟିର ତଦନ୍ତ ଆବଶ୍ୟକତା ନାହିଁ। ଜଜ ଲୋୟାଙ୍କ ସହିତ ତାଙ୍କର ୪ଜଣ ସାଥୀ ଉପସ୍ଥିତ ଥିଲେ ଓ ତାଙ୍କ ବୟାନ ଉପରେ ଭରସା ନକରିବା କୌଣସି କାରଣ ନଥିଲା।

ବିଚାରପତି ଲୋୟା ମାମଲା:ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ ! sc

ପଢନ୍ତୁ; ୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

Related posts

ଅଧା ଓଡିଶାରେ ଆଜି ଢାଳିବ,୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ

Krishna Kumar Manoj

ଆଜିଠୁ ସଂସଦର ମୌସୁମୀ ଅଧିବେଶନ:୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

Krishna Kumar Manoj

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More