EnewsOdia.Com

ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ; ମୁସଲିମ୍ ପର୍ସନଲ ଲ ବୋର୍ଡ୍

ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ବିକଳ୍ପ ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।ତାସହ  ମସଜିଦ ନିର୍ମାଣରେ ସହାୟତା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପକ୍ଷେ ରାମମନ୍ଦିର ନିର୍ମାଣ ପାଇଁ ୩ମାସ ଭିତରେ ଟ୍ରଷ୍ଟ ନିର୍ମାଣ ପାଇଁ ଆଦେଶ ଦେଇଛନ୍ତି । ଜମିର ମାଲିକାନା ସ୍ୱତ୍ତ୍ୱ ଉକ୍ତ ଟ୍ରଷ୍ଟ ହାତରେ ରହିବ । କୋର୍ଟଙ୍କ ଆଜିର ଐତିହାସିକ ରାୟ ପରେ  ଅଯୋଧ୍ୟାର ବିବାଦୀୟସ୍ଥଳରେ ହିଁ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ ହୋଇଛି । ତେବେ କୋର୍ଟଙ୍କ ଏହି ରାୟ ଉପରେ ସୁନି ଓ୍ୱାକଫ୍ ବୋର୍ଡ ସନ୍ତୁଷ୍ଟ ନଥିବା ଏହାର ଓକିଲ ଜାଫରିୟାବ ଜିଲାନୀ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ସମ୍ମାନ କରିଥିଲେ ବି ଏନେଇ ସନ୍ତୁଷ୍ଟ ନୁହେଁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍। ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ହେଲେ ରାୟକୁ ନେଇ ସନ୍ତୁଷ୍ଟ ନୋହୁଁ। ଏବେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରିବେ ଏବଂ ଆଗାମୀ ପଦକ୍ଷେପ ନେବ ବୋଲି ଜଫରୟାବ ଜିଲାନୀ କହିଛନ୍ତି।

ଅନ୍ୟପକ୍ଷେ ବାବା ରାମଦେବ ଏହା ଉପରେ ମନ୍ତବ୍ୟ ରଖି କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେବାକୁ ପଡ଼ିବ। କାରଣ ଦେଶ ସମ୍ବିଧାନ ଅନୁସାରେ ଚାଲୁଛି। ସାରା ଦେଶକୁ ଏକଜୁଟ୍ ହୋଇ ଏକଥା ଦେଖାଇବାକୁ ପଡ଼ିବ ଯେ, ସବୁ ଭାରତୀୟ ସମ୍ବାଧାନକୁ ମାନନ୍ତି, ସମସ୍ତଙ୍କ ଭିତରେ ଏକତା, ଭଲପାଇବା, ଶ୍ରଦ୍ଧା ଉପରେ ଭରସା ରହିଛି । କୌଣସି ପ୍ରକାର ହିଂସା ବା ପ୍ରତିହିଂସାକୁ କେହି ଗ୍ରହଣ କରନ୍ତି ନାହିଁ।

 

ପଢନ୍ତୁ: ବୁଲବୁଲ ପାଇଁ ସତ୍ୟବାଦୀ ବ୍ଲକ୍ ବାଗଲପୁରରେ ଚାଲିଛି ସଙ୍କୀର୍ତ୍ତନ

ସମ୍ବନ୍ଧିତ ଖବର

ରାତି ପାହିଲେ ଖଣ୍ଡଗିରି ମହାକୁମ୍ଭ ମେଳା

Ratnamani Maharana

ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

Ratnamani Maharana

ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

Ratnamani Maharana

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ଏ ବର୍ଷ ହେବନି ପ୍ରଶ୍ନପତ୍ର ଲିକ୍

Ratnamani Maharana

ଅଲିଭ ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ପୁରୀ ‌ବେଳାଭୂମି

Ratnamani Maharana