News

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ । ବିଗତ କିଛି ମାସ ହେବ, ତିନି  ତଲାକକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଗଦୀଶ ସିଂହ ଖେହରଙ୍କ ନେତୃତ୍ୱରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏହି ମାମଲା ପୂର୍ବାହ୍ଣ ୧୧ଟାରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ଗତ ମେ ୧୮ରୁ ଶୁଣାଣି କରି ଆସୁଛନ୍ତି ଏବଂ ରାୟକୁ ସଂରକ୍ଷିତ ରଖିଛନ୍ତି ।

କେନ୍ଦ୍ର ସରକାର ପୁପ୍ରିମକୋର୍ଟରେ ଦେଇଥିବା ଦଲିଲକୁ ନେଇ କହିଛନ୍ତି, ସରକାର ତିନି  ତଲାକ ପ୍ରଥାକୁ ବୈଧ ମାନନ୍ତି ନାହିଁ ଏବଂ ଏହାକୁ ଜାରି ରଖିବାକୁ ଚାହାନ୍ତି ନାହିଁ । ଶୁଣାଣି ସମୟରେ କୋର୍ଟ ସମ୍ମୁଖରେ ଅଲ ଇଣ୍ଡିଆ ‘ମୁସଲିମ ଲ ବୋର୍ଡ’ ସ୍ୱୀକାର କରିଥିଲା ଯେ, ସେ ସମସ୍ତ କାଜିଙ୍କୁ ନିର୍ଦ୍ଦେଶାନାମା ଜାରି କରିବେ ।

ତିନି ତଲାକ କେବଳ ମହିଳାଙ୍କ ପାଇଁ ନୁହେଁ ବରଂ ଏଥିରେ ନିକାହକୁ ମଧ୍ୟ ସାମିଲ କରାଯିବ । ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟର ରାୟ ଉପରେ ରହିଛି ।  ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜେଏସ୍ ଖେହର ଆଗାମୀ ୨୭ ତାରିଖ ଦିନ ଅବସର ଗ୍ରହଣ କରିବେ । ତେଣୁ ନିୟମ ମୁତାବକ ଯେଉଁ ପୀଠ ଶୁଣାଣି ପ୍ରକ୍ରିୟା କରିଥିଲେ ସେହି ପୀଠ ହିଁ ରାୟ ଶୁଣାଇବେ ।

ମୁସ୍‌ଲିମ୍‌ ସମାଜରେ ଚାଲି ଆସୁଥିବା ‘ତିନ୍‌-ତଲାଖ’ ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ୬ ମାସ ମଧ୍ୟରେ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ  ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

ପଢନ୍ତୁ ଶ୍ରୀ କୃଷ୍ଣ ଧାରାବାହିକ ର ଛୋଟ କୃଷ୍ଣ ଏବେ ବଡ ହେଇଗଲେଣି

Related posts

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ENO Beuro

ହାତୀ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳିତ ହେଉଛି ବିଶ୍ୱ ହସ୍ତୀ ଦିବସ

ENO Beuro

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଶୁଭାରମ୍ଭ କଲେ ଶ୍ରୀ ଜେ.ପି.ନଡ୍ଡା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More