POLITICALS

ଲୋକସଭା ବାଚସ୍ପତି ରେସ୍‌ରେ ଓଡିଶାର ଜୁଏଲ୍‌ ଓରାମ ଓ ଉପ-ବାଚସ୍ପତି ରେସ୍‌ରେ ଭର୍ତ୍ତୃହରି

2

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାଙ୍କ ମନ୍ତ୍ରିମଣ୍ଡଳ ଗଠନ ପରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଦାଇତ୍ଵ ଗ୍ରହଣ କରିସାରିଛନ୍ତି। ତେବେ କେବଳ ଲୋକସଭା ବାଚସ୍ପତି ଓ ଉପବାଚସ୍ପତି ପଦ ଖାଲି । ଏବେ ଏହି  ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଥିବାରୁ ବାଚସ୍ପତି ପଦ ବିଜେପି ହାତେଇବା ଏକ ପ୍ରକାର ନିଶ୍ଚିତ। ତେବେ ଏହି ରେସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଥର ପୁଣି ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଜୁଏଲ ଓରାମ  ଓ ଉପଚସ୍ପତି ପଦ ପାଇଁ ଭର୍ତ୍ତୃହରିଙ୍କ  ନାଁ ରହିଥିବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦଳର ଆଦିବାସୀ ଫେସ୍ ଭାବରେ ଜୁଏଲଙ୍କୁ ଏହି ଦାୟିତ୍ବ ମିଳିବା ସମ୍ଭାବନା ଅଧିକ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଜେପିର ବରିଷ୍ଠ ନେତା ଏସ୍. ଆହୁଲୱାଲିଆଙ୍କ ନାଁ ରେସ୍ ରେ ସବୁଠୁ ଆଗରେ ରହିଛି । ଉପବାଚସ୍ପତି ପଦ ସାଧାରଣତଃ ବିରୋଧୀ ଦଳକୁ ଯାଇଥାଏ । ଷୋଡଷ ଲୋକସଭାରେ ଉପବାଚସ୍ପତି ଥିଲେ ଏଆଇଡିଏମକେର ଥମ୍ବି ଦୁରାଇ । ତେବେ ଏଥର ଏଆଇଡିଏମକେ ଏନଡିଏରେ ସାମିଲ ହୋଇଛି । ଯଦି ବାଚସ୍ପତି ପଦ ଜୁଏଲଙ୍କୁ ଏବଂ ଉପବାଚସ୍ପତି ପଦ ଭର୍ତ୍ତୃହରିଙ୍କୁ ମିଳେ ତେବେ ଲୋକସଭାରେ ଦୁଇ ପ୍ରମୁଖ ସ୍ଥାନରେ ଦୁଇ ଓଡିଆଙ୍କୁ ଦେଖିବାକୁ ମିଳିବ ।
ପଢନ୍ତୁ: ଏମଏସଏମଇରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନୀତିନ ଗଡକରୀ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦାଇତ୍ଵ ଗ୍ରହଣ

Related posts

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

ନିର୍ବାଚନ ଲଢ଼ିବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ

ENO Beuro

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

ENO Beuro

Leave a Comment