• Home
  • LIFESTYLE
  • ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ
LIFESTYLE

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

ଶରୀରରେ  ଲିଭର୍ ସମସ୍ୟାକୁ ସବୁଠାରୁ ବିପଦଜ୍ଜନକ ରୋଗ ଭାବରେ ଧରାଯାଏ । ସମୟ ଥାଉ ଥାଉ ଏହାର ଚିକିତ୍ସା ନକଲେ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି। ଲିଭର୍ ଖରାପ ହେଲେ ମସଲାଯୁକ୍ତ ଏବଂ ଅଧିକ ଲୁଣ ଥିବା ଖାଦ୍ୟ ଖାଇବା ଅନୁଚିତ୍ । କେହି ଯଦି ଏସବୁ ଖାଦ୍ୟ ଖାଏ ତେବେ ପେଟ ଫୁଲିପାରେ । ଯଦି କୌଣସି ବ୍ୟକ୍ତିଙ୍କର ଲିଭର୍ ଖରାପ ହୋଇଯାଏ ତେବେ ଶରୀର ସଠିକ୍ ଭାବରେ କାମ କରିନଥାଏ । ଏପରି ସମସ୍ୟା ହେଲେ କେଉଁ ଜୁସ୍ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଜାଣନ୍ତୁ ।

ବିଟ୍ ଏବଂ ପାଳଙ୍ଗ ଜୁସ୍:-

ବିଟ୍ ଏବଂ ପାଳଙ୍ଗ ଜୁସ୍ ପିଇଲେ ଲିଭର୍ ସୁସ୍ଥ ରହିଥାଏ । ପାଳଙ୍ଗ ପତ୍ର ସହ ବିଟ୍ ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ଏହି ଜୁସ୍ ତିଆରି କରନ୍ତୁ । ତେବେ ସ୍ୱାଦ ପାଇଁ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏହି ଜୁସ୍ ପିଇଲେ ଯକୃତ ସୁସ୍ଥ ରହିବା ସହ ଶରୀରରେ ରକ୍ତର ଅଭାବକୁ ପୁରା କରିଥାଏ ।

ତେବେ ତିଆରି କରିବା ପରେ ପରେ ହିଁ ଏହି ସବୁ ଜୁସକୁ ପିଅନ୍ତୁ । ବେଶୀ ସମୟ ରଖନ୍ତୁ ନାହିଁ । ଯଦି ଜୁସ୍ ପିଇବା ପରେ କୌଣସି ସମସ୍ୟା ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାକରନ୍ତୁ ।

ଅଁଳା ଏବଂ ଗାଜର ଜୁସ୍ :-

ଯେଉଁ ବ୍ୟକ୍ତି ମାନଙ୍କର ଲିଭର୍ ସମସ୍ୟା ହୋଇଥାଏ ସେମାନଙ୍କ ପାଇଁ ଅଁଳା ଏବଂ ଗାଜର ଜୁସ୍ ଖୁବ୍ ଲାଭଦାୟକ । ପ୍ରତିଦିନ ସକାଳ ଖାଦ୍ୟରେ ଏହି ଜୁସ୍ ପିଇଲେ ଲିଭରର ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ । ୧୫୦ ମିଲିଲିଟର ଗାଜର ଜୁସ୍ ସହ ୨୦ ମିଲିଲିଟର୍ ଅଁଳା ଜୁସ୍ ମିଶାଇ ନିୟମିତ ସକାଳେ ପିଅନ୍ତୁ । ସ୍ୱାଦ ପାଇଁ ଅଳ୍ପ କଳା ଲୁଣ ମିଶାଇ ପାରନ୍ତି ।

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ juice 1

ପଢନ୍ତୁ ;

ରିଲିଜ ହେଲା ଆକ୍ସନ୍‌-ରୋମାଣ୍ଟିକ ସିନେମା ‘ବାଗି-୨’ର ଟ୍ରେଲର୍‌

Related posts

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

Krishna Kumar Manoj

ଛିଡି ଯାଇଥିବା କ୍ଷୀରକୁ ଫିଙ୍ଗିଦେଉଛନ୍ତି କି? ଜାଣନ୍ତୁ ଏହାକୁ କେମିତି ବ୍ୟବହାର କରିବେ!

Krishna Kumar Manoj

ଛିଙ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More