News

ଜୁଲାଇ ୨୭ରେ ହେବ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ। ରାତି ୨ଟା ୪୩ ମିନିଟ ଯାଏଁ ଚନ୍ଦ୍ରଙ୍କ ଆଲୋକ ଦେଖାଯିବ ନାହିଁ । ୨ଟା ୪୩ ପରେ କ୍ରମଶଃ ଛାଇ ଅପସରି ଯିବ । ଦୀର୍ଘ ୨ ଘଣ୍ଟା ୪୩ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରହିବ । ଏହି ସମୟରେ ଚନ୍ଦ୍ର ଲାଲ ତଥା ନାରଙ୍ଗୀ ରଙ୍ଗର ଦେଖାଯିବ । ରାତି ୧୧ଟା ୪୫ରୁ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ ଆରମ୍ଭ କରିବା ସମୟରେ ଏହା ଖାଲି ଆଖିରେ ଦେଖିହେବ । ଏହି ଚନ୍ଦ୍ରଗ୍ରହଣ ଦକ୍ଷିଣ ଆମେରିକା, ଆଫ୍ରିକାର ବହୁ ଭାଗ, ମଧ୍ୟପ୍ରାଚ୍ୟ ଓ କେନ୍ଦ୍ର ଏସିଆରେ ମଧ୍ୟ ଦୃଶ୍ୟମାନ ହେବ ବୋଲି ଏହି ସୂତ୍ରରେ ଜଣାଯାଇଛି।

ସୂଚନାଯୋଗ୍ୟ, ବୈଜ୍ଞାନିକମାନେ ଏହାକୁ ବ୍ଲଡ଼ ମୁନ’ର ଆଖ୍ୟା ଦେଇଛନ୍ତି । ଖାଲି ଆଖିରେ ଚନ୍ଦ୍ର ଲାଲ ରଙ୍ଗ ଦେଖାଯିବ। ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଢ ଘଣ୍ଟା ଧରି ଦେଖିବାକୁ ମିଳିବ । ସେହିପରି ଆଂଶିକ ଚନ୍ଦ୍ରଗ୍ରହଣ ଘଣ୍ଟାଏ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଏହି ଦୁଇ ମହାଜାଗତିକ ଦୃଶ୍ୟ ସମୁଦାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଦେଖାଯିବ।

ପଢନ୍ତୁ; ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

Related posts

ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ପାକିସ୍ତାନ ରଖିଲା ଏଭଳି ସର୍ତ୍ତ……….

ENO Beuro

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

ENO Beuro

କଟକ କୁଇନ୍ସ କଲେକ୍ସନ୍ ମଲରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ

ENO Beuro

Leave a Comment