SPORTS

ଜୁନିଅର ବିଶ୍ୱକପ : ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜୁନିୟର ବିଶ୍ୱକପରେ ଭାରତର ଦମଦାର ପ୍ରଦର୍ଶନ ଜାରି । ଗ୍ରୁପ ବି ର ଶେଷ ମ୍ୟାଚରେ ପୃଥୀ ଶାହାଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିବା ସହ ଏହି ଟୁର୍ଣ୍ଣାମେଂଟରେ ହାଟ୍ରିକ ବିଜୟ ହାସଲ କରିଛି ।

ପ୍ରଥମେ ଜିମ୍ବାୱେ  ବ୍ୟାଟିଂ କରି୪୮.୧ ଓଭରରେ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା । ତେବ ଭାରତୀୟ ଯୁବ ବାହିନୀ ଦୃଢ ଜବାବ ଦେଇଥିଲା । କୌଣସି ୱିକେଟ ନହରାଇ ୨୧.୪ ଓଭରରେ ୧୫୫ ରନ କରି ବିପକ୍ଷ ଦଳକୁ ଧୂଳି ଚଙ୍କାଇଥିଲା । ଭାରତ ପକ୍ଷରୁ ଶୁଭମ ଗିଲ ୯୦ ରନ କରିଥିବା ବେଳେ ହାର୍ଦ୍ଦିକ ଦେଶାଇ ବ୍ୟକ୍ତିଗତ ଭାବେ ୫୬ ରନ କରିବାକୁ ସମର୍ଥ ହୋଇଥିଲେ ।

ଲିଗ୍‌ ପର୍ଯ୍ୟାୟରେ ଭାରତର ଏହାଥିଲା ଦ୍ୱିତୀୟ ୧୦ ଉଇକେଟ ବିଜୟ। ଭାରତ କ୍ୱାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି।ଭାରତ କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବା ସମ୍ଭାବନା ରହିଛି। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ବଡ଼ ପାର୍ଟନରଶିପ୍‌ ଅଭାବରୁ ୧୫୪ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ମିଲଟନ ଶୁମ୍ବା ସର୍ବାଧିକ ୩୬, ଲିଆମ ନିକୋଲାସ ରୋଚ୍‌ ୩୧ ଓ ଓ୍ବେସଲି ମାଧଭେର ୩୦ ରନ କରିବାକୁ ସକ୍ଷମ ହୋଇଥିଲେ।

ଜିମ୍ବାଓ୍ବେ ଏକଦା ୩ ଉଇକେଟ ହରାଇ ୧୧୦ ରନ କରିଥିବାବେଳେ ଶେଷ ୭ ଉଇକେଟ ୪୪ ରନ ମଧ୍ୟରେ ହରାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଅନୁକୂଳ ସୁଧାକର ରୟ ନିଜ ୭.୧ ଓଭର ସ୍ପେଲରେ ଗୋଟିଏ ମେଡେନ ନେବାସହ ୨୦ ରନ ଦେଇ ସର୍ବାଧିକ ୪ଟି ଉଇକେଟ ନେଇଥିଲେ ।

ପଢନ୍ତୁ ;

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

 

 

Related posts

ଆଜି ଦ୍ଵିତୀୟ କ୍ଵାଲିଫାୟର : କୋଲକତା ନାଇଟ୍ ରାଇଡର୍ସଙ୍କୁ ଭେଟିବ ସଜରାଇଜର୍ସ ହାଇଦ୍ରାବାଦ !

ENO Beuro

ପ୍ରଥମ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

ENO Beuro

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment