EnewsOdia.Com

ଜଷ୍ଟିସ୍‌ ବୋବଡେଙ୍କ ନାଁରେ ମୋହର, ୧୮ରେ ନେବେ ଶପଥ

ନଭେମ୍ବର ୧୭ରେ ଜଷ୍ଟିସ୍‌ ଗୋଗୋଇଙ୍କ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ପଦର କାର୍ଯ୍ୟକାଳ ଶେଷ ହେବ। ଏଥିପାଇଁ ଜଷ୍ଟିସ୍‌ ଗୋଗୋଇ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ବୋବଡେଙ୍କ ନାଁକୁ ପରବର୍ତ୍ତୀ ସିଜେଆଇ ଭାବେ ସୁପାରିସ କରିଥିଲେ। ଆଜି ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇଛନ୍ତି। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେ।  ଜଷ୍ଟିସ୍‌ ବୋବଡେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି। ଦେଶର ୪୭ତମ ସିଜେଆଇ ଭାବେ ଜଷ୍ଟିସ ବୋବଡେ ଆସନ୍ତା ନଭେମ୍ବର ୧୮ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ନଭେମ୍ବର ୧୭ରେ ପ୍ରକାଶ ପାଇବାକୁ ଥିବାବେଳେ ସେହିଦିନ ପ୍ରଧାନବିଚାରପତି ଅବସର ଗ୍ରହଣ କରିବେ। ତାଙ୍କ ପରେ ଜଷ୍ଟିସ ଏସ.ଏ. ବୋବ୍‌ଡେ ପ୍ରଧାନ ବିଚାରପତି ସ୍ଥାନ ଅଳଙ୍କୃତ କରିବେ। ଜଷ୍ଟିସ ବୋବଡେ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଆସନ୍ତା ୨୦୨୧ ଏପ୍ରିଲ ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

ପଢନ୍ତୁ: ବାଗଦାଦି ନିପାତ ଅପରେଶନରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର

ସମ୍ବନ୍ଧିତ ଖବର

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

Ratnamani Maharana

ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ କିସ୍ତି

Ratnamani Maharana

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana