News

ଆଇସିଜେରେ ଦ୍ୱିତୀୟ ଥର ପାଇଁ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି

ଆଇସିଜେରେ ଦ୍ୱିତୀୟ ଥର ପାଇଁ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି

ଜାତିସଂଘରେ ଭାରତର ବଡ ବିଜୟ । ବ୍ରିଟେନକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଇଂଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି । ପୁନଃନିର୍ବାଚିତ ହୋଇଥିବାରୁ ବ୍ରିଟେନ୍‌ ଶୁଭେଚ୍ଛା ଜ୍ଞାପନ କରି ଜଷ୍ଟିସ୍‌ ଦଳବୀର ଭଣ୍ଡାରିଙ୍କୁ କହିଛି ଯେ ଜାତିସଂଘ ଏବଂ ବିଶ୍ୱସ୍ତରରେ ସେ ନିବିଡ଼ ଭାବେ ଭାରତକୁ ସହଯୋଗ କରି ଚାଲିବ।

ଇଂଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ ବା ଆଇସିଜେ ବିଚାରପତି ପଦ ପାଇଁ ବ୍ରିଟେନ୍ର ଖ୍ରିଷ୍ଟୋଫର ଗ୍ରୀନଉଡଙ୍କ ସହ ଥିଲା ଦଲବୀରଙ୍କ ମୁକାବିଲା । ମାତ୍ର ଶେଷରେ ବ୍ରିଟେନ୍‌ ନିଜର ପ୍ରାର୍ଥୀ ପ୍ରତ୍ୟାହାର କରି ନେଇଥିଲା । ହାରିବା ଏକପ୍ରକାର ନିଶ୍ଚିତ ଜାଣିବା ପରେ ଏହି ଦୌଡରୁ ଓହରି ଯାଇଥିଲେ ଖ୍ରିଷ୍ଟୋଫର , ଫଳରେ ଶେଷ ଆସନ ଲାଗି ଭଣ୍ଡାରି ପୁନଃନିର୍ବାଚିତ ହୋଇଛନ୍ତି।

ନିଉୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପୃଥକ୍‌ ଏବଂ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବା ପରେ ଭାରତର ପ୍ରାର୍ଥୀ ଭଣ୍ଡାରି ଜେନେରାଲ୍‌ ଆସେମ୍ବ୍ଲିରେ ୧୮୩-୧୯୩ ଖଣ୍ଡ ଭୋଟ୍‌ ଏବଂ ନିରାପତ୍ତା ପରିଷଦ୍‌ର ସମସ୍ତ ୧୫ ଖଣ୍ଡ ଭୋଟ୍‌ ପାଇଥିଲେ। ଆଇସିଜେରେ ପ୍ରତି ୩ ବର୍ଷ ଅନ୍ତରରେ ୫ ଜଣ ଲେଖାଏଁ ବିଚାରପତି ନିଯୁକ୍ତ ହୋଇଥାନ୍ତି । ତେବେ ପୂର୍ବରୁ ୪ ବିଚାରପତିଙ୍କ ନିର୍ବାଚନ ଶେଷ ହୋଇଥିବା ବେଳେ ଶେଷ ବିଚାରପତିଙ୍କ ପାଇଁ ଭାରତ ଓ ବ୍ରିଟେନ ମଧ୍ୟରେ ଲଢେଇ ହୋଇଥିଲା । ୧୧ ତମ ପଯ୍ୟାୟ ପର୍ଯ୍ୟନ୍ତ ଦଲବୀର ଜାତିସଂଘ ମହାସଭାରେ ଖ୍ରୀଷ୍ଟଫୋଡଙ୍କ ଠାରୁ ଆଗୁଆ ରହିଥିଲେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ପାକିସ୍ତାନ ଜେଲରେ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶି ଦଣ୍ଡାଦେଶ ସଂପର୍କରେ ଶୁଣାଣି ଚାଲିଥିବା ବେଳେ ଦଲବୀର ଭଣ୍ଡାରି ହିଁ ବିଚାରପତି ରହିଥିଲେ । ତେବେ କୁଳଭୂଷଣଙ୍କ ମାମଲା ଏବେ ଆଇସିଜେରେ ବିଚରାଧୀନ ଥିବାରୁ ଭାରତ ପାଇଁ ପୁଣିଥରେ ଆଶା ସଞ୍ଚାର ହୋଇଛି । ଅନ୍ୟପକ୍ଷରେ ସମ୍ମାନଜନକ ବିଶ୍ୱ ଅଦାଲତ୍‌ ନିର୍ବାଚନରୁ ବ୍ରିଟେନ୍‌ର ପ୍ରତ୍ୟାହାର ଅର୍ଥ ଇତିହାସରେ ପ୍ରଥମ ଥର ଲାଗି ଜାତିସଂଘର ସବୁଠୁ ଶକ୍ତିଶାଳୀ ଅଦାଲତ୍‌ରେ ବ୍ରିଟିଶ୍‌ ଜଜ୍‌ ରହିବେ ନାହିଁ।

ଆଇସିଜେରେ ଦ୍ୱିତୀୟ ଥର ପାଇଁ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି

ପଢନ୍ତୁ, ଭାରତର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଙ୍କ ନିଆରା କୃତିତ୍ଵ, ନିଜ ନାମରେ କଲେ ଖାସ ରେକର୍ଡ

Related posts

ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ସପ୍ତାହେ ଟ୍ରେନ୍‌ ସେବାରେ ପରିବର୍ତ୍ତନ

ENO Beuro

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 

ENO Beuro

ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

ENO Beuro

Leave a Comment