News

ରେକର୍ଡ ସୃଷ୍ଟି କରିବେ ପ୍ରଧାନ ବିଚାରପତି: ୬ ଦିନରେ ଦେବେ ୮ ଗୁରୁତ୍ୱପୂର୍ଣ୍ଣ ରାୟ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ନେବେ। ତେବେ ସେଦିନ ଛୁଟି ଦିବସ ହୋଇଥିବାରୁ ସୁପ୍ରିମକୋର୍ଟ ବନ୍ଦ ରହିବ। ତେଣୁ ଜଷ୍ଟିସ୍‌ ମିଶ୍ର ଅକ୍ଟୋବର ପହିଲା ଅର୍ଥାତ ଆଉ ୬ ଦିନ ସିଜେଆଇ ଭାବେ କାର୍ଯ୍ୟ କରିବେ।

ଏହା ସହିତ ଗତ ଦୁଇ ଦଶନ୍ଧିରେ ଜଷ୍ଟିସ ମିଶ୍ର ସବୁଠୁ ଅଧିକ ସାମ୍ବିଧାନିକ ପୀଠର ପ୍ରତିନିଧିତ୍ଵ କରିଥିବା ମୁଖ୍ୟ ବିଚାରପତି। ପୀଠକୁ ଅନେକ ସମ୍ଵେଦନଶୀଳ ମାମଲା ଆସିଛି ଯାହା ଦେଶର ସାମାଜିକ, ରାଜନୈତକ ଓ ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ଵପୂର୍ଣ ରହିଛି। ଏଥିରେ ରାମ ଜନ୍ମଭୂମୀ, ସବରିମାଲା ମନ୍ଦିର ମାମଲା, ଆଧାର ନମ୍ବର ଓ ଦାଗୀ ନେତାଙ୍କ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଆଦି ମାମଲା ସାମିଲ।

deepak

ଗତ ଦିନପୂର୍ବରୁ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ସମଲିଙ୍ଗୀକୁ ଅପରାଧ ଦର୍ଶାଉଥିବା ଧାରା ୩୭୭କୁ ହଟାଇବାର ନିୂଷ୍ପତ୍ତି ଦେଇ ପୂରା ଦେଶରେ ଛାଇ ଯାଇଥିଲେ। ଏବେ ତାଙ୍କର ଅବସରକୁ ମାତ୍ର ୯ ଦିନ ବାକି ରହିଛି।

ଜଷ୍ଟିସ୍‌ ମିଶ୍ରଙ୍କ ସହ ବିଭିନ୍ନ ଖଣ୍ଡପୀଠରେ ଥିବା ବିଚାରପତିମାନେ ହେଲେ ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌, ଜଷ୍ଟିସ୍‌ ଏକେ ସିକ୍ରି, ଜଷ୍ଟିସ୍‌ ଆର୍‌ଏଫ୍‌ ନରିମନ୍‌, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋଷ ଭୂଷଣ, ଜଷ୍ଟିସ୍‌ ସଞ୍ଜୟ କିଷ୍ଣନ କୌଲ, ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା।

ପଢନ୍ତୁ; ଉତ୍ତର ଭାରତରେ ବର୍ଷା ବିତ୍ପାତ,୧୧ ମୃତ

Related posts

ଉଦଘାଟନ ହେଲା ୩୫ ମଡେଲ ଥାନା

ENO Beuro

୨୦୧୮ ବଜେଟ୍ :କୃଷକଙ୍କଠୁ ନେଇ ଚାକିରିଆଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ସୁହାଇବ ଜେଟଲୀଙ୍କ ଉପହାର

ENO Beuro

ନୋବେଲ ବିଜୟୀ ଭି.ଏସ୍ ନାଇପଲଙ୍କ ପରଲୋକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More