News

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ସତ୍ୟେନ୍ଦ୍ର ଜାଭେରୀ

By Krishna Kumar Manoj

August 04, 2018

ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟନ୍ଦ୍ର ଜାଭେରି ହେଲେ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି। ଓଡ଼ିିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ସୁପ୍ରମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ବେଳେ ତାଙ୍କ ସ୍ଥାନରେ ଜଷ୍ଟିସ କଳ୍ପେଶ ସତ୍ୟନ୍ଦ୍ର ଜାଭେରି ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ। ଗତ ୧୬ ତାରିଖରେ ଶରଣଙ୍କୁ ପଦୋନ୍ନତି ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ୍‌।

୨୦୦୪ ମସିହାରେ ସତ୍ୟନ୍ଦ୍ର ଜାଭେରି ପ୍ରଥମ ଥର ପାଇଁ ଗୁଜରାଟ ହାଇକୋର୍ଟର ଅସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ୨୦୦୫ ମସିହାରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୬ ମସିହାରେ ଜଷ୍ଟିସ କଳ୍ପେଶ ସତ୍ୟନ୍ଦ୍ର ଜାଭେରି ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ୍ୟ ବିଚାରପତି ଭାବେ ଜଷ୍ଟିସ କଳ୍ପେଶ ସତ୍ୟନ୍ଦ୍ର ଜାଭେରି ଦାୟିତ୍ୱ ଗ୍ରହଣ କରିବେ।

ପଢନ୍ତୁ;  ଶପଥ ନେଲେ ୧୧୦ ଜଣ ସିଭିଲ ଜଜ୍‌