News

ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

manjula

ଶ୍ରୀମତି ନ୍ୟାୟମୂର୍ତ୍ତି ମଞ୍ଜୁଳା ଚେଲ୍ଲୁର ଆଜି ଏଠାରେ ବିଦ୍ୟୁତ ମନ୍ତ୍ରଣାଳୟରେ ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀମତି ନ୍ୟାୟମୂର୍ତ୍ତି ମଞ୍ଜୁଳା ଚେଲ୍ଲୁର ବମ୍ବେ ହାଇକୋର୍ଟର ମୁଖ୍ୟ ନ୍ୟାୟଧୀଶ ଥିଲେ।

ନ୍ୟାୟିକ ସଦସ୍ୟ ନ୍ୟାୟମୂର୍ତ୍ତି ଏନକେ ପାଟିଲ, ବୈଷୟିକ ସଦସ୍ୟ ଶ୍ରୀ ଏସଡି ଦୁବେ, ଶ୍ରୀ ଆଇ ଜେ କାପୁର ଏବଂ ଶ୍ରୀ ବିଏନ ତାଲୁକଦାର ଏହି ଅବସରରେ ଉପସ୍ଥିତ ଥିଲେ । ଟ୍ରିବ୍ୟୁନାଲ ବାର ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ଏମଜି ରାମଚନ୍ଦ୍ରନ ନ୍ୟାୟପୀଠର ଦୈନିକ କାର୍ଯ୍ୟରେ ବାର ସଦସ୍ୟମାନଙ୍କଠାରୁ ପୂର୍ଣ୍ଣ ସହଯୋଗର ଆଶ୍ୱାସନା ପ୍ରଦାନ କରିଥିଲେ । ବହୁସଂଖ୍ୟାରେ ଅଧିବକ୍ତା ଏବଂ ଅନ୍ୟ ପ୍ରତିଷ୍ଠିତ ଅତିଥି ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।

manjula

ଶ୍ରୀମତି ନ୍ୟାୟମୂର୍ତ୍ତି ମଞ୍ଜୁଳା ଚେଲ୍ଲୁରଙ୍କ ଜନ୍ମ କର୍ଣ୍ଣାଟକରେ ୧୯୫୫ ଡିସେମ୍ବର ୫ ତାରିଖରେ ହୋଇଥିଲା । ସେ ବେଲ୍ଲାରୀସ୍ଥିତ ସୁନମଙ୍ଗଳମା ମହିଳା ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଥିଲେ । ସେ ରେଣୁକାଚାର୍ଯ୍ୟ କଲେଜ, ବାଙ୍ଗାଲୋରରୁ ଡିଗ୍ରୀ ପ୍ରାପ୍ତ କରିଥିଲେ । ୧୯୭୭ରେ ଭାରତର ସୁପ୍ରିମକୋର୍ଟ ତାଙ୍କୁ ଇଂଲଣ୍ଡର ବାରବିକ ବିଶ୍ୱବିଦ୍ୟାଳୟରେ ମହିଳା-ପୁରୁଷ ସମାନତା ସହିତ ଜଡିତ ବିଷୟ ସହିତ ଆଇନ ଫେଲୋସିପ ପ୍ରାୟୋଜିତ କରିଥିଲା ।୨୦୧୩ରେ ଶ୍ରୀମତି ନ୍ୟାୟମୂର୍ତ୍ତି ମଞ୍ଜୁଳା ଚେଲ୍ଲୁରଙ୍କୁ କର୍ଣ୍ଣାଟକ ରାଜ୍ୟ ମହିଳା ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପ୍ରାପ୍ତ ହୋଇଛି।

ଶ୍ରୀମତି ନ୍ୟାୟମୂର୍ତ୍ତି ମଞ୍ଜୁଳା ଚେଲ୍ଲୁର କୋଲକାତା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ନ୍ୟାୟାଧୀଶ ଥିଲେ।

ପଢନ୍ତୁ;ଆଖିର ଦୃଷ୍ଟିଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Related posts

ସାଇକେଲ୍‌ରୁ ପଡ଼ିଗଲେ ତେଜ୍‌ ପ୍ରତାପ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ENO Beuro

ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା

ENO Beuro

ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ

ENO Beuro

Leave a Comment