News

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ranjan

ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅବସର ଗ୍ରହଣ ପରେ ଆସନ୍ତା ଅକ୍ଟୋବର 3, 2018ରେ ଜଷ୍ଟିସ ଗୋଗୋଇ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ।

ranjan

ନଭେମ୍ବର 18, 1954ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଗୋଗୋଇ 1978ରେ ଓକିଲାତି ଆରମ୍ଭ କରିଥିଲେ । ସେ ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ସାମ୍ବିଧାନିକ ଆଇନ, ଟିକସ ଓ କମ୍ପାନୀ ବ୍ୟାପାର ଉପରେ ଆଇନ ପେଶା ଆରମ୍ଭ କରିଥିଲେ । ପ୍ରଥମ କରି ଜଷ୍ଟିସ ଗୋଗୋଇ ଫେବୃୟାରୀ 28, 2001ରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ସେପ୍ଟେମ୍ବର 9, 2010ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ଫେବୃୟାରୀ 12, 2011ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ଜଷ୍ଟିସ ଗୋଗୋଇ ଏପ୍ରିଲ 23, 2012ରେ ସୁପ୍ରିମ କୋର୍ଟର ବିଚାରପତି ରୂପେ ଅବସ୍ଥାପିତ ହୋଇଥିଲେ।

ପଢନ୍ତୁ;ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

Related posts

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ

ENO Beuro

ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

ENO Beuro

The Odisha Government Has Decided To Open 30 New Courts To Solve Pending Cases

ENO Beuro

Leave a Comment