News

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ ରଞ୍ଜନ ଗୋଗଇ

ranjan

ଜଷ୍ଟିସ୍ ରଞ୍ଜନ ଗୋଗୋଇ ଆଜି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ଏହା ସହିତ ସେ ଦେଶର ୪୬ତମ ପ୍ରଧାନ ବିଚାରପତି ବନି ଯାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଥିଲେ। ପ୍ରଥମ ଥର ପାଇଁ ଦେଶର ପୂର୍ବାଂଚଳରୁ ରଂଜନ ଗୋଗୋଇ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୧୯ ମସିହା ନଭେମ୍ବର ୧୭ ତାରିଖରେ ଶେଷ ହେବ । ତେବେ ପ୍ରଥମ ଥର ପାଇଁ କୌଣସି ନେତାଙ୍କ ପୁଅ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ରଂଜନ ଗୋଗୋଇ ହେଉଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ଗୋଗୋଇଙ୍କ ପୁଅ।

ranjan

୧୯୫୪ ନଭେମ୍ବର ୧୮ ତାରିଖରେ ଆସାମର ଦିବ୍ରୁଗଡ଼ ଠାରେ ଜଷ୍ଟିସ ଗୋଗଇ ଜନ୍ମଗ୍ରହଣ କରିଥିଲେ । ୧୯୭୮ରେ ଗୌହାଟୀ ହାଇକୋର୍ଟକୁ ଓକିଲାତି ଆରମ୍ଭ କରିଥିଲେ । ୨୦୦୧ରେ ଗୌହାଟୀ ହାଇକୋର୍ଟରେ ବିଚାରପତିଭାବେ ନିଯୁକ୍ତ ହେଲେ।

୨୦୧୦ ସେପ୍ଟେମ୍ବର ୯ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୧୧ ଫେବୃଆରି ୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ନିଯୁକ୍ତ ହୋଇଥିଲେ । ଏହି ପଦରେ ପାଖାପାଖି ୧ ବର୍ଷ ପାଇଁ ସେ ରହିଥିଲେ । ୨୦୧୨ ଏପ୍ରିଲ ୧୩ରେ ଜଷ୍ଟିସ ଗୋଗଇ ସୁପ୍ରିମକୋର୍ଟ ବିଚାରପତିଭାବେ ନିଯୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ,୨୦୧୯ ନଭେମ୍ବର ୧୭ରେ ଜଷ୍ଟିସ ଗୋଗଇ ଅବସର ଗ୍ରହଣ କରିବେ । ଜଷ୍ଟିସ ଗୋଗଇ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଥିବାବେଳେ ଆହୁରି ଅନେକ ମହତ୍ୱପୂର୍ଣ୍ଣ ମାମଲାର ରାୟ ବାକି ରହିଛି । ଜଷ୍ଟିସ ଗୋଗଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ବିଚାର କରି ରାୟ ପ୍ରକାଶ କରିବେ।

ପଢନ୍ତୁ; ରେଲୱେ ବୋର୍ଡର ନୂତନ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ଅଗ୍ରୱାଲ

Related posts

ସମସ୍ତ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା : ରେଳ ବଜେଟ ୨୦୧୮

ENO Beuro

ଶୀତ ଅବକାଶ : ୨ରେ ଖୋଲିବ ହାଇକୋର୍ଟ

ENO Beuro

ମଧ୍ୟପ୍ରଦେଶ ସରକାର ନେଲେ କଡା ପଦକ୍ଷେପ, ୧୨ ବର୍ଷ ବୟସର ଝିଅଙ୍କ ସହ ଦୁଷ୍କର୍ମ କଲେ ହେବ ଫାଶୀଦଣ୍ଡ

ENO Beuro

Leave a Comment