News

୧୯ରେ ଶପଥ ନେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

high court

ଆସନ୍ତା ୧୯ ତାରିଖ ସୋମବାର ଦିନ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଜଷ୍ଟିସ ପୂଜାହାରୀଙ୍କୁ ଶପଥ ପାଠ କରାଇବେ। ପୂଜାହାରୀ ଏବେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ। ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ହାଇକୋର୍ଟର ୨ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ସୁଜିତ ନାରାୟଣ ପ୍ରସାଦଙ୍କୁ ଯଥାକ୍ରମେ ବମ୍ବେ ଏବଂ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା।

justice

ଉଲ୍ଲେଖଯୋଗ୍ୟ, ୧୯୬୦, ସେପ୍ଟେମ୍ବର ୨୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପୂଜାହାରୀ ୨୦୧୩, ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୭, ନଭେମ୍ବର ୨୨ରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ସେ ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟ କରୁଥିବା ବେଳେ ଗତ ମାସ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରିଥିଲା। ଏହି ସୁପାରିଶକୁ କେନ୍ଦ୍ର ଆଇନମନ୍ତ୍ରଣାଳୟ ଗ୍ରହଣ କରିଥିଲା।

ପଢନ୍ତୁ; ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

Related posts

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍,୪୦ ମୃତ

ENO Beuro

ଭୁବନେଶ୍ଵର ଆଇଆଇଟି ଛାତ୍ରଙ୍କ ଆଣ୍ଟାର୍କଟିକାରେ ମୃତ୍ୟୁ

ENO Beuro

ଭୁବନେଶ୍ଵର-ବ୍ୟାଙ୍କକ୍‌ ଉଡିଲା ଏୟାର ଏସିଆ! ଆସିଲେ ୩୮,ଗଲେ ୧୬୫

ENO Beuro

Leave a Comment