POLITICALS

କଂଗ୍ରେସରେ ବଢୁଛି ଦଳୀୟ କନ୍ଦଳ, ପଦରୁ ଇସ୍ତଫା ଦେଲେ କଂଗ୍ରେସର ଦୁଇ ଯୁବ ନେତା

Untitled 1

 ରାହୁଲ ଗାନ୍ଧୀ ଇସ୍ତଫା ପରେ ସଂଗଠନରୁ ମୁହଁ ମୋଡ଼ୁଛନ୍ତି ନେତା

କଂଗ୍ରେସରେ କମ୍ପନ । ଠିକ୍ ଯେମିତି ସେନାପତି ଓହରି ଯିବା ପରେ ଯବାନମାନେ ଇତସ୍ତତ ହୋଇ ଯାଆନ୍ତି, କଂଗ୍ରେସରେ ହୁଏତ ସେହିଭଳି ସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ଇସ୍ତଫା ଦେବା ପରେ ନାଟକୀୟ ଢ଼ଙ୍ଗରେ କଂଗ୍ରେସର ଜଣେ ପରେ ଜଣେ ନେତା ଦଳୀୟ ସଂଗଠନରୁ ମୁହଁ ମୋଡ଼ିଛନ୍ତି। ପଦ ଛାଡ଼ିଲେ କଂଗ୍ରେସର ଦୁଇ ଯୁବ ଓ ହାଇ ପ୍ରୋଫାଇଲ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମିଳିନ୍ଦ ଦେଓରା। କଂଗ୍ରେସର ସାଧାରଣ ସଂପାଦକ  ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଥିବା ବେଳେ ମୁମ୍ବାଇ କଂଗ୍ରେସ ମୁଖ୍ୟ  ପଦରୁ ଇସ୍ତଫା ଦେଇଛନ୍ତି ମିଳିନ୍ଦ ଦେଓରା।

ଲୋକସଭା ନିର୍ବାଚନରେ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଉଭୟ ଉତ୍ତର ପ୍ରଦେଶରେ ଦଳ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ରାଜ୍ୟରୁ ଅନେକ କଂଗ୍ରେସ ନେତା ପୂର୍ବରୁ ଇସ୍ତଫା ଦେଇଛନ୍ତି। ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନ ଦଖଲ କରିଥିଲେ। ଦଳର ଅତ୍ୟନ୍ତ ଦୁର୍ବଳ ସାଂଗଠନିକ ସ୍ଥିତି ପାଇଁ ନେତାମାନଙ୍କ କାର୍ଯ୍ୟଶୈଳୀକୁ ଦାୟୀ କରାଯାଉଛି ।

ପଢନ୍ତୁ: ଏଥର ବଜେଟରେ ଅଲୋଡା ପ୍ରତିରକ୍ଷା ବିଭାଗ

Related posts

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

Ratnamani Moharana

ଖେଳମନ୍ତ୍ରୀ ହେଲେ ଟ୍ରାଫିକ୍ ପୋଲିସ୍ ! କାର୍ ରୁ ଓହ୍ଲାଇ ଟ୍ରାଫିକ୍ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ

Ratnamani Moharana

ବିଜେପିକୁ ଥରେ ସୁଯୋଗ ଦିଅ : ଅମିତ ଶାହ

ENO Beuro

Leave a Comment