EnewsOdia.Com

ଡୋପ ଟେଷ୍ଟରେ ଧରାପଡ଼ିଲେ କେ. ରବିକୁମାର

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ ରବି କୁମାର। ଫଳରେ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିଯୋଗୁ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ ନାଡା ପକ୍ଷରୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧରମ୍‌ରାଜ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଏବଂ ଭାରୋତ୍ତୋଳକ ଗୁରୁମିଲ୍ ସିଂହ।

୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସ୍ୱର୍ଣ୍ଣ  ପଦକ ପାଇଥିଲେ। ସେହିପରି ୨୦୧୪ରେ ୭୭ କେଜି ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଡୋପ୍ ଟେଷ୍ଟରେ ଧରାପଡ଼ି ୪ ବର୍ଷ ବାସନ୍ଦ ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭାରୋତ୍ତୋଳକ ରବି କୁମାର। ସେ କହିଛନ୍ତି, “ନାଡାରେ ମୋର ଶୁଣାଣି ଶେଷ ହୋଇନି,  ଶୁଣାଣି ଚାଲିଛି । ମୁଁ ମୋର ପକ୍ଷ ରଖୁଛି। ଗତ ଶୁଣାଣିରେ ନାଡା ମୋ ପକ୍ଷ ଗ୍ରହଣ କରିଛନ୍ତି। ମୁଁ ମୋର ଖେଳକୁ ବରବାଦ ହେବାକୁ ଦେବିନି।”

ପଢନ୍ତୁ: ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ

ସମ୍ବନ୍ଧିତ ଖବର

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

Ratnamani Maharana

୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

Ratnamani Maharana

ଦୀପାବଳି ପୂର୍ବରୁ ଝିଅ ଜିଭା ସହ ଗାଡ଼ି ଧୋଇଲେ ଧୋନି

Ratnamani Maharana

ଡ୍ୱେନ୍ ବ୍ରାଭୋଙ୍କ ସହ ଟେବୁଲ୍ ଟେନିସ୍ ଖେଳିଲେ ଧୋନି

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana