Entertainment

୧୦୦ କୋଟି ଆୟ ପରେ ୨୦୧୯ର ସଫଳ ଫିଲ୍ମ ତାଲିକାରେ ‘କବୀର ସିଂ’

Untitled 1

ରିଲିଜ ହୋଇଯାଇଛି ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କବୀର ସିଂ’। ସାହିଦ କପୁର ଏବଂ କିୟାରା ଆଡବାଣୀ ଅଭିନୀତ ଏହି ଫିଲ୍ମଟି ଜୋରଦାର ରୋଜଗାର କରୁଛି। ପ୍ରଥମ ଦିନରୁ ହିଁ ଫିଲ୍ମ ୨୦.୨୧ କୋଟି ଟଙ୍କାର ଟାର୍ଗେଟ ସହିତ ଜବରଦସ୍ତ ଓପନିପଂ କରିଥିଲା ଏବଂ ଏହାସହିତ ୱିକଣ୍ଡେରେ ମଧ୍ୟ ଫିଲ୍ମର କଲେକସନ ଗ୍ରାଫ୍ ଭଲ ଚାଲୁଛି। ମୁକ୍ତିଲାଭର ୪ ଦିନ ମଧ୍ୟରେ ଚଳଚ୍ଚିତ୍ରର ଆୟ ୧୦୦ କୋଟିର ନିକଟତର ହୋଇଛି। ଆଜି ଅର୍ଥାତ୍‍ ୫ମ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକ ମତପୋଷଣ କରିଛନ୍ତି।

97890 Kabir Singh1

ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ଶାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫିଲ୍ମରେ ଶାହିଦଙ୍କ ଲୁକ୍‌ ଓ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ବାଙ୍ଗା । ଫିଲ୍ମଟି ଦେଶର ୩,୧୨୩ ଟି ହଲ୍ ରେ ଓ ବିଦେଶରେ ୪୯୩ଟି ହଲ୍ ରେ ରିଲିଜ୍ ହୋଇଛି । ଫିଲ୍ମରେ ‘ବେଖୟାଲି ‘,’କୈସେ ହୁଆ’ ଓ ‘ତୁଝେ କିତନା ଚାହନେ ଲଗେ ହେ’ ଆଦି ଗୀତ ଦର୍ଶକଙ୍କ ମନକୁ ଛୁଇଁ ପାରିଛି ।
ପଢନ୍ତୁ: ପୁଣିଥରେ ପରଦାକୁ ଫେରୁଛନ୍ତି ‘ଶକ୍ତିମାନ’

Related posts

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

ENO Beuro

ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଯୋଡ଼ିଙ୍କ ବିବାହ ଫଟୋ! ଆସନ୍ତୁ ଜାଣିବା ଏହି ଫୋଟୋ ପଛରେ ଥିବା ସତ୍ୟତା ସମ୍ପର୍କରେ

ENO Beuro

କୃଷ୍ଣସାର ମୃଗ ଶିକାର ମାମଲା : ଆଜି ନିର୍ଦ୍ଧାରଣ ହେବ ସଲମାନଙ୍କ ଭାଗ୍ୟ

ENO Beuro

Leave a Comment