ଭେଣ୍ଟିଲେଟରରେ କାଦର ଖାନ

khan

ଜୀବନ ସହ ସଂଗ୍ରାମ କରୁଛନ୍ତି ବଲିଉଡ ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ, ସଂଳାପଲେଖକ ଓ ହାସ୍ୟ ଅଭିନେତା କାଦର ଖାନ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଲୋକପ୍ରିୟ ଅଭିନେତା କାଦର୍ ଖାନ୍‌ଙ୍କ ବୟସ ୮୧ ବର୍ଷ।

khan

ତାଙ୍କୁ ସାଧାରଣ ଭେଣ୍ଟିଲେଟରରୁ ନେଇ BiPAP ଭେଣ୍ଟିଲେଟରରେ ରଖାଯାଇଥିବା ପରିବାର ପକ୍ଷରୁ ପ୍ରକାଶ। ପୁଅ ସରଫରାଜ୍‌ ଓ ବୋହୂ ଶାହିସ୍ତା ତାଙ୍କ ନିକଟରେ ଅଛନ୍ତି। ତେବେ ଏହି କଳାକାର ଏବେ ନିମୋନିଆରେ ପୀଡିତ ଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି।

ସୂଚନାଯୋଗ୍ୟ, କିଛିଦିନ ହେବ ବାର୍ଦ୍ଧକ୍ୟ କାରଣରୁ ସେ ଭଲଭାବେ କଥା କହି ପାରୁ ନ ଥିଲେ ବା ଚଲାବୁଲା ମଧ୍ୟ କରି ପାରୁ ନ ଥିଲେ। ଏମିତିକି କାହାକୁ ଚିହ୍ନି ମଧ୍ୟ ପାରୁ ନ ଥିଲେ।

ପଢନ୍ତୁ; ଆଜି କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ,କେକ୍‌ କାଟିଲେ ରାହୁଲ-ମନମୋହନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More