News

ଆରପାରିରେ ହାସ୍ୟ ଅଭିନେତା କାଦର ଖାନ୍

kader

କିଛିଦିନର ଅସୁସ୍ଥତା ପରେ ଶେଷରେ ବିଦାୟ ନେଲେ ବଲିଉଡ୍‌ର ହାସ୍ୟ ଅଭିନେତା କାଦର ଖାନ୍ । କାନାଡାର ଟରଣ୍ଟୋରେ ଥିବା ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା

କାନାଡ଼ାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସର୍ଫରାଜ। “ବାପା ଆଉ ନାହାନ୍ତି। ଡିସେମ୍ବର ୩୧ ସନ୍ଧ୍ୟା ୬ଟା(କାନାଡି୍ରାନ୍‌ ସମୟାନୁଯାୟୀ) ସେ ଆମକୁ ଛାଡି ସବୁ ଦିନ ପାଇଁ ଚାଲିଯାଇଛନ୍ତି। ଦୀର୍ଘ ୧୭ ସପ୍ତାହ ଧରି ଏହି ଡାକ୍ତରଖାନାରେ ରୋଗସହ ଲଢେଇ କରିବା ପରେ ସେ ହାରି ଯାଇଛନ୍ତି।”- କହିଛନ୍ତି ସର୍ଫରାଜ

kader

କାଦର୍‌ ଖାନ୍‌୧୯୭୩ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ସିନେମା ‘ଦାଗ୍‌’ରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କର ସୁଦୀର୍ଘ କ୍ୟାରିଅରଭିତରେ ପ୍ରାୟ ୩୦୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ହିିମ୍ମତଓ୍ଵାଲା , ମଓ୍ଵାଲି,କାଲାବାଜାର ,ଖୁଦଗର୍ଜ,କୁଲି ,ଜୈସି କରନି ବୈସି ଭରନି ଆଦି। ଖାଲି ସେତିକି ନୁହେଁ ସେ ୨୫୦ର ଅଧିକ ସିନେମାରେ ସଂଳାପ ବି ଲେଖିଥିଲେ।

ପଢନ୍ତୁ; ଯାତ୍ରା ସମୟରେ କେଉଁ ଜିନିଷ ଦେଖିଲେ କଣ ଫଳ ମିଳେ, ଆସନ୍ତୁ ଜାଣିବା

Related posts

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ

Ratnamani Moharana

ଆଜିଠୁ ଦକ୍ଷିଣ ଓଡିଶାରେ ବର୍ଷା, ୨୪ ଘଣ୍ଟାରେ ୪ ଜିଲାରେ ପ୍ରବଳ ବର୍ଷା

Ratnamani Moharana

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ENO Beuro

Leave a Comment