30.1 C
Bhubaneswar
October 22, 2021
EnewsOdia.Com
ବାସ୍ତୁ

ରାଶିଅନୁସାରେ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଏହି ଉପାୟରେ କରନ୍ତୁ ପୂଜା ମିଳିବ ଆଶ୍ରିବାଦ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଚଳିତବର୍ଷ ଅଗଷ୍ଟ ୩୦ ରେ ପଡୁଛି ଏହି ପର୍ବ । ସରା ଦେଶରେ ବେଶ ଧୁମ ଧାମରେ ପାଳନ କରାଯାଏ ଏହି ପର୍ବ ।ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହାସହିତ ଯେଉଁମାନଙ୍କ ଘରେ କୃଷ୍ଣ ମୂର୍ତ୍ତି ରହିଛି ସେମାନେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରିବା ସହ ଭଗବାନଙ୍କ ପ୍ରିୟ ଜିନିଷ ପ୍ରସାସରେ ଲଗାଇଥାନ୍ତି । ମାନ୍ୟତା ରହିଛି କି ଏହାଦ୍ୱାରା ଭଗବାନ କୃଷ୍ଣଙ୍କ ଅସୀମ କୃପା ଲାଭ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ନିଜ ରାଶି ଅନୁସାରେ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ଏବଂ ଭୋଗ ଲଗାଇବା ଦ୍ୱାରା ମନଇଛା ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଶ୍ରୀକୃଷ୍ଣଙ୍କ ଭୋଗ ଏବଂ ଶୃଙ୍ଗାର

ମେଷ ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଲାଲ ରଙ୍ଗର କପଡାରେ ଶ୍ରୀକୃଷ୍ଣଙ୍କୁ ଶୃଙ୍ଗାର କରନ୍ତୁ । ଏହାସହିତ ଲହୁଣୀ ଏବଂ ମିଶିର ଭୋଗ ଲଗାନ୍ତୁ ।
ବୃଷ ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧାଇ ଭୋଗରେ ଲହୁଣୀ ଲଗାନ୍ତୁ । ଏହାଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ ।
ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ସବୁଜ ରଙ୍ଗ ବସ୍ତ୍ର ପିନ୍ଧାଇ ଚନ୍ଦନ ତିଳକ ଲଗାନ୍ତୁ । ଏହାପରେ ଦହି ଭୋଗ ଲଗାଇ ହାତ ଯୋଡି ପ୍ରାର୍ଥନା କରନ୍ତୁ ।
କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଧଳା ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରନ୍ତୁ । ଏହାସହିତ ତାଙ୍କୁ ଖୀର ଏବଂ କେସର ଭୋଗରେ ଲଗାନ୍ତୁ ।
ସିିଂହ ରାଶି: ଏହି ରାଶିର ବ୍ୟକ୍ତି ଗୋଲାପି ରଙ୍ଗର ବସ୍ତ୍ରରେ କାହ୍ନାଙ୍କ ଶୃଙ୍ଗାର କରିବା ଉଚିତ୍ । ଏହାସହିତ ଅଷ୍ଟଗନ୍ଧ ତିଳକ ଲଗାଇ ପ୍ରସାରେ ଲହୁଣୀ ଏବଂ ମିଶିରି ଲଗାନ୍ତୁ ।
କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ସବୁଜ ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରନ୍ତୁ ।
ତୁଳା ରାଶି: ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧାଇ ଘିଅ ଭୋଗ ଲଗାନ୍ତୁ ।
ବିଛା ରାଶି: ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଜନ୍ମାଷ୍ଟମୀରେ ଲାଲ ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରି ଦହି ଏବଂ ଲହୁଣୀ ଭୋଗରେ ଲଗାନ୍ତୁ ।
ଧନୁ ରାଶି: ଧନୁ ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ଏହାପରେ ହଳଦିଆ ରଙ୍ଗର ମିଠା ଭୋଗରେ ଲଗାନ୍ତୁ ।
ମକର ରାଶି: ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ନୀଳ ରଙ୍ଗର ବସ୍ତ୍ରରେ ଶୃଙ୍ଗାର କରନ୍ତୁ । ପୂଜାରେ ଶ୍ରୀକୃଷ୍ଣଙ୍କୁ ମିଶିରି ଭୋଗ ଲଗାନ୍ତୁ ।
କୁମ୍ଭ ରାଶି: ଜନ୍ମଷ୍ଟମୀରେ ନୀଳ ରଙ୍ଗର ବସ୍ତ୍ରରେ ଶ୍ରୀକୃଷ୍ଣଙ୍କୁ ଶୃଙ୍ଗାର କରନ୍ତୁ ଏହି ରାଶିର ବ୍ୟକ୍ତି ।
ମୀନ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ଏବଂ ପ୍ରସାଦରେ କେସର ଓ ବର୍ଫିା ଭୋଗ ଲଗାନ୍ତୁ ।

ପଢନ୍ତୁ: ଜାଣନ୍ତୁ ପୂଜା ଘର ପ୍ରସ୍ତୁତ କରିବାର କିଛି ବାସ୍ତୁ ନିୟମ

Related posts

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

Ratnamani Maharana

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

Ratnamani Maharana

ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More