EnewsOdia.Com

କହ୍ନେୟାଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା

ବାମପନ୍ଥୀ ନେତା ତଥା ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନୁମତି ପ୍ରଦାନ କରିଛନ୍ତି। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର ଖାଲିଦ୍, ଅନିର୍ବାଣ, ଆକିବ୍‌ ହୁସେନ୍‌, ମୁଜିବ୍‌, ଅମର ଗୁଲ, ବଶରତ ଅଲ୍ଲୀ ଏବଂ ଖାଲିଦ୍‌ ବସିର୍‌। ଏମାନଙ୍କ ବାବଦରେ ମଧ୍ୟ ଦିଲ୍ଲୀ ପୁଲିସ୍‌ ତଦନ୍ତ କରିବ। ତେବେ ବର୍ତ୍ତମାନ ସିପିଆଇ ପାଇଁ କହ୍ନେୟା ବିହାରରେ ପ୍ରଚାର କରୁଥିବାରୁ ତାଙ୍କ ଦଳକୁ ଏହା ଅଡ଼ୁଆରେ ପକାଇବ।

ଏଠାରେ ସୂଚନାଯୋଗ୍ୟ, ୨୦୧୬ ମସିହାରେ ଭାରତୀୟ ପିଙ୍ଗଳ କୋଡ୍‌ର ୧୨୪-ଏ ଏବଂ ୧୨୦ ବି ଅନୁଯାୟୀ ବସନ୍ତ କୁଞ୍ଜ ଥାନାରେ ମାମଲା ରୁଜୁ କରାଯାଇଥିଲା। ୨୦୧୯ ମସିହା ଜାନୁଆରୀ ୧୪ରେ ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା।  ୨୦୧୬ ମସିହା ଫେବୃଆରୀ ୯ ତାରିଖରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହାର କିଛି ଭିଡିଓ ଭାଇରାଲ ହେବାପରେ ଘଟଣାର ୪ ଦିନ ପରେ କହ୍ନେୟା ଗିରଫ ହୋଇଥିଲେ।

ପଢନ୍ତୁ: ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦

ସମ୍ବନ୍ଧିତ ଖବର

ଦୁଇ ମହଲା ବିଲ୍ଡିଂରେ ପିଟି ହେଲା କାଜାକିସ୍ତାନ ବିମାନ

Ratnamani Maharana

ମାର୍ଚ୍ଚ ୨ରୁ ୪ ଜିଲ୍ଲାରେ ହାଲୁକା ବର୍ଷା

Ratnamani Maharana

ଆସନ୍ତା ୨୦ରୁ ଥରାଇବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

Ratnamani Maharana

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

Ratnamani Maharana

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

Ratnamani Maharana

ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଦେଖୁଛନ୍ତି କ୍ରିଷ୍ଟିନା କୋଚ

Ratnamani Maharana