ଗାୟକ ଓ ସଙ୍ଗୀତକାର କୈଳାଶ ଖେରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଥମେ ଜଣେ ମହିଳା ସମ୍ବାଦିକା କୈଳାଶଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ କୈଳାଶ ଖେର ତାଙ୍କ ଠାରୁ କ୍ଷମା ମାଗିଥିଲେ। ତାହା ପରେ ଗାୟିକା ସୋନା ମହାପାତ୍ର କୈଳାଶଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ।
ଏହି କାରଣରୁ ନିକଟରେ ଉଦୟପୁରରେ ହେବାକୁ ଥିବା ଏକ ସରକାରୀ ମ୍ୟୁଜିକ୍ ଇଭେଣ୍ଟରୁ ମଧ୍ୟ ତାଙ୍କୁ ବାହାର କରାଯାଇଛି।
ସୂଚନା ଅନୁଯାୟୀ, ଉଦୟପୁରରେ ୩୦ ଅକ୍ଟୋବରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ହେବା ନେଇ ସ୍ଥିର ହୋଇଛି । ଏଠାକୁ କୈଳାଶଙ୍କୁ ଗୀତ ଗାଇବା ପାଇଁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ନାମକୁ ବାଦ ଦିଆ ଯାଇଛି ।
ଏହି ମାମଲାରେ ଉଦୟପୁର ମେୟର କହିଛନ୍ତି ଯେ ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଏଥିରେ କୌଣସୀ ବିବାଦ ଉପୁଜିବା କେହି ଚାହୁଁ ନାହାନ୍ତି । କୈଳାଶଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏହି ନିଷ୍ପତି ନିଆଯାଇଛି ।