News

୨୪ ଘଣ୍ଟା ମଧ୍ୟରେ କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା : ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା

ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା ନେଇ ଗୁରୁବାର ରାଜ୍ୟର ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କନ୍ଧମାଳ, କୋରାପୁଟ, ରାୟଗଡ଼ା ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ।

ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହୋଇପାରେ ବୋଲି ମଧ୍ୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ସମୟ ମଧ୍ୟରେ ଉପରୋକ୍ତ ସମସ୍ତ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହିସବୁ ଜିଲ୍ଲାରେ କୁଆପଥର ମାଡ଼, ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି । ଏଣୁ ଏହି ସମୟରେ ବାହାରକୁ ନଯିବା ପୂର୍ବରୁ ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର ସମେତ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ପ୍ରବଳ ଖରା ଓ ଅସହ୍ୟ ଗରମ ଅନୁଭୂତ ହୋଇଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ହେଲେ ଗରମରୁ ସାମନ୍ୟ ତ୍ରାହି ମିଳି ପାରିବ ।

ପଢନ୍ତୁ ;

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

Related posts

କଂଗ୍ରେସ, ବିଜେପି ଉପରେ ବର୍ଷିଲେ ନବୀନ,”ଋଣ ଛାଡ଼ ଦେଶକୁ ଦେବାଳିଆ କରିଦେବ”

ENO Beuro

ଆଜିଠାରୁ ଓଜେଇଇ ସିବିଟି ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା

Ratnamani Moharana

ପ୍ରକାଶ ପାଇଲା ଏନଆରସି ଚୂଡାନ୍ତ ଚିଠା ତାଲିକା:ଆସାମରେ ୪୦ ଲକ୍ଷ ବେଆଇନ ନାଗରିକ

ENO Beuro

1 comment

Leave a Comment