News

ଏପ୍ରିଲ ୧ରୁ ତାତିରୁ ଆଶ୍ଵସ୍ତି , ଆଜି କାଳବୈଶାଖୀ ସମ୍ଭାବନା

ଆଜି କାଳବୈଶାଖୀ ଅପରାହ୍ନ ସନ୍ଧ୍ୟା ସୁଧା

ସାରା ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ।  ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ।ମାର୍ଚ୍ଚ ୩୧ତଥା ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ଆସିବ । ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷାର ଆଶଙ୍କା ରହିଛି ।

ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ହେବ । ୩ ତାରିଖ ବେଳକୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ହୋଇପାରେ ।

ଏହି କାଳବୈଶାଖୀକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଏଥିସହ ଏପ୍ରିଲ ୬ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଗତ ଦୁଇ ଦିନ ପରି ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ଓ ସୋନପୁର ତାପମାତ୍ରା ଗତକାଲି ବି ୪୧ ଡିଗ୍ରି ରେକର୍ଡ ହୋଇଛି । ଏହାବ୍ୟତୀତ ବଲାଙ୍ଗୀରରେ ୪୦.୫, ମାଲକାନଗିରିରେ ୪୦.୪ ଡିଗ୍ରି ରେକର୍ଡ କରାଯାଇଛି ।

ଉପକୂଳ ଓଡ଼ିଶାରେ ଗତକାଲି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରି ତଳକୁ ଖସି ୩୪.୯ ଡିଗ୍ରିରେ ପହଞ୍ଚିଛି । କଟକ, ବାଲେଶ୍ୱର, ଭଦ୍ରକରେ ବି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏପ୍ରିଲ ୧ରୁ ତାତିରୁ ଆଶ୍ଵସ୍ତି , ଆଜି କାଳବୈଶାଖୀ ସମ୍ଭାବନା News 1 copy

ପଢନ୍ତୁ ;

ବାସ୍ତୁ ଅନୁସାରେ ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

Related posts

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

ENO Beuro

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More