Entertainment

ରିଲିଜ ହେଲା ‘କଳଙ୍କ’ର ଟିଜର

kalank

‘କଳଙ୍କ’ର ଟିଜର ରିଲିଜ

ବଲିଉଡ଼ର ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କଳଙ୍କ’ର ଟିଜର ଆଜି ମୁକ୍ତିଲାଭ ହୋଇଛି। ୨ ମିନିଟ୍‍ ୫ ସେକେଣ୍ଡର ଏହି ଟିଜରରେ ଚଳଚ୍ଚିତ୍ର କାହାଣୀ ବିଷୟରେ ସମ୍ୟକ୍‍ ଧାରଣା ମିଳିଛି। ଏଥିରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ୍‍, ଆଲିୟା ଭଟ୍ଟ, ବରୁଣ ଧାୱନ, ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟ କୁପରଙ୍କୁ ଏକାଠି ଦେଖିବାକୁ ମିଳିବ।

୧୯୪୦ ବେକ୍‌ଗ୍ରାଉଣ୍ଡରେ ତିଆରି ହୋଇଥିବା ଏହି ପିରିୟଡ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ଅଭିଷେକ ବର୍ମନ। ଏହି ଫିଲ୍ମରେ ମଲ୍ଟି ଷ୍ଟାରକାଷ୍ଟଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ।

ଅନ୍ୟପଟେ, ଟିଜରର ଲଞ୍ଚ ଇଭେଣ୍ଟରେ ଫିଲ୍ମର ପୁରା ଷ୍ଟାରକାଷ୍ଟ ସାମିଲ ହୋଇଥିଲେ। ଏହି ଷ୍ଟାରମାନଙ୍କୁ ମ୍ୟାଚିଙ୍ଗ୍‌ ଡ୍ରେସ କୋର୍ଡରେ ଦେଖିବାକୁ ମିଳିଥିଲା। ଆଲିଆ ଭଟ୍ଟ ଓ ବରୁଣ ଧଓ୍ବନ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟ କପୁର ନାଲି ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।

ଏହି ଫିଲ୍ମଟି ଏପ୍ରିଲ ୧୭ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ପଢନ୍ତୁ; ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ ହାର୍ଦ୍ଧିକ

Related posts

‘ବେଓ୍ଵଫା ବ୍ୟୁଟି’ ଆଇଟମ୍‌ ନମ୍ବର ଗୀତରେ ନଜର ଆସିବେ ଏହି ହେରୋଇନ 

ENO Beuro

ପ୍ରିୟା ପ୍ରକାଶଙ୍କ ବିରୋଧରେ ସମସ୍ତ ଅପରାଧିକ ମାମଲା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ENO Beuro

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

ENO Beuro

Leave a Comment