କାଳିଆ ଯୋଜନା ହେବ ଓଡିଶା ଅର୍ଥନୀତି ପାଇଁ ଏକ ମାଇଲଖୁଣ୍ଟ ସଦୃଶ:ମୁଖ୍ୟମନ୍ତ୍ରୀ

ଭୂମିହୀନଙ୍କୁ ଦିଆଗଲା କାଳିଆ ସହାୟତା

କାଳିଆ ଯୋଜନା ଓଡିଶା ଅର୍ଥନୀତିରେ ହେବ ଏକ ମାଇଲଖୁଣ୍ଟ ସଦୃଶ।ଏହା ସାରା ଦେଶକୁ ବାଟ ଦେଖାଇବା।କେନ୍ଦ୍ରପଡାର ବାରୋଠାରେ ଆଜି ଏଭଳି ଏକ ଦୃଢୋକତି ବାଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥିରେ ଛୋଟ ଚାଷୀ, ଭୂମିହୀନ ଚାଷୀ, ଭାଗ ଚାଷୀ ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଭାଗଚାଷୀ,ଭୂମିହୀନଙ୍କୁ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କାଲି।।କେନ୍ଦ୍ରପଡାର ବାରୋଠାରେ ସିଦ୍ଧମଠ ପଡିଆ ମଞ୍ଚରେ ବଟନ ଟିପି ଭୂମିହୀନ ସହାୟତା ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।

ପ୍ରଥମ ପର୍ଯ୍ୟାୟରେ ୩.୫୦ ଲକ୍ଷ ଭୂମିହୀନ ଚାଷୀ ସହାୟତା ପାଇଛନ୍ତି। ଏହି ଯୋଜନାରେ ସମୁଦାୟ ୧୦ ଲକ୍ଷ ଭୂମିହୀନ ଚାଷୀ ସହାୟତା ପାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।ସବୁ ଭୂମିହୀନ ଚାଷୀ ବର୍ଷକୁ ୩ଟି ପର୍ଯ୍ୟାୟରେ ୧୨ ହଜାର ୫ଶହ ଟଙ୍କା ଲେଖାଏଁ ସହାୟତା ପାଇବେ।ପ୍ରଥମ ପର୍ଯ୍ୟାୟରେ ଆଜି ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଯେ,କାଳିଆ ଯୋଜନାରେ ପୂର୍ବରୁ ୧୨.୪୫ ଲକ୍ଷ ଚାଷୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି।ସଭାରେ ୧୭ ଜଣ ଚାଷୀଙ୍କୁ ପ୍ରତିକାତ୍ମକ କୃଷି ସହାୟତା ପତ୍ର ବଣ୍ଟନ କରଯାଇଥିଲା।କେନ୍ଦ୍ରପଡା ଓ ଜଗତସିଙ୍ଘପୁର ଜିଲ୍ଲାର ମୋଟ ୧୭ଟି ବ୍ଲକର ୧୭ଜଣ ଚାଷୀ ସଭାମାଞ୍ଚରେ ଉପସ୍ଥିତ ଥିଲେ।

ପଢନ୍ତୁ:ସାରା ଅଲ୍ଲୀ ଖାନ ଛାଡିଲେ ମାଁ ଅମୃତା ସିଂହଙ୍କ ଘର,ଜାଣନ୍ତୁ କାହିଁକି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More