News

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ନିଆଯିବ

kalia

କାଳିଆ ଯୋଜନାରେ କେବେଳ ଯୋଗ୍ୟ ହିତାଧିକାରୀଙ୍କୁ ହିଁ ଆର୍ଥିକ ସହାୟତା ଦିଆଯିବ। କୌଣସି ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ରାଶି ମିଳିବନି। ଏପରିକି ଭୁଲବଶତଃ ଯେଉଁ ପ୍ରଭାବଶାଳି ଓ ବଡବଡିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ରାଶି ପଠାଯାଇଛି,ସେମାନଙ୍କ ଆକାଉଣ୍ଟରୁ ସେଇ ଟଙ୍କା ଫେରସ୍ତ ନିଆଯିବ। ଖୋଦ କୃଷି ବିଭାଗ ସଚିବ ସୌରଭ ଗର୍ଗ ଏଭଳି ସୂଚନା ଦେଇଛନ୍ତି।

ଶ୍ରୀ ଗର୍ଗ କହିଛନ୍ତି ଯେ , ନିୟମାନୁସାରେ  ଯଦି ଜଣେ ଚାଷୀ ଆୟକର ରିଟର୍ଣ୍ଣ ଦାଖଲ କରୁଥିବେ ତା ହେଲେ ସେ କାଳିଆ ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ। ପ୍ରଥମେ ୭ଲକ୍ଷ ହିତାଧୀକାରୀଙ୍କ ଜମାଖାତାରେ ଏହି ଅର୍ଥ ଜମା ହୋଇଥିଲା। ପରେ ଜାନୁଆରି ୨୫ ତାରିଖ ପରେ ହିତାଧୀକାରୀଙ୍କ ଜମାଖାତାକୁ ଟଙ୍କା ଜମା କରାଯାଇଛି। ସେହିପରି ଆୟକର ପ୍ରଦାନ କରୁଥିବା, ଆର୍ଥିକ ସ୍ୱଛଳ ଥିବା ବ୍ୟକ୍ତି ଏଥିରୁ ନିଶ୍ଚିତ ବାଦ ପଡ଼ିବେ। ସେମାନେ ନିଜେ ଯୋଜନାରୁ ଓହରି ଯିବା ପାଇଁ ରେଡ ଫର୍ମ ରହିଛି। ଯୋଜନାରେ ଟଙ୍କା ଜମା ନେଇ ଅନେକ ଗୁଜବ ଚାଲିଛି। ଏହାକୁ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

ପଢନ୍ତୁ;  ଭାରତର ଲଜ୍ଜାଜନକ ପରାଜୟ,୮ ୱିକେଟରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

Related posts

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

ENO Beuro

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ପୁଲିସ ଏସଆଇ

ENO Beuro

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା!

ENO Beuro

Leave a Comment