POLITICALS

ନ୍ୟୁଜ୍ କାଳିଆ ଯୋଜନାକୁ ନେଇ ପୁଣି ଆରମ୍ଭ ହେଲା ବିବାଦ

Untitled 1

କାଳିଆ ଯୋଜନାକୁ ନେଇ ଗୃହରେ ତୁମ୍ବି ତୋଫାନ୍‌ । ଗୃହରେ ବିରାେଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କାଳିଆ ଯୋଜନାର ହିସାବ ମାଗିଛନ୍ତି ନରସିଂହ । ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ନରସିଂହ ମିଶ୍ର ଗୃହରେ ରାଜ୍ୟ ସରକାରଙ୍କ ଅପାରଗତାକୁ ବଖାଣିବାକୁ ଚେଷ୍ଟା କରିଛନ୍ତି । କୃଷିମନ୍ତ୍ରୀ କହିଛନ୍ତି, ଡିବିଟି ଓ ଖାଦ୍ୟ ଯୋଗାଣ ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ୍ ୧ କୋଟି ୧୯ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଏମାନଙ୍କ ଭିତରେ ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି ।ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିରେ ସମସ୍ତ ଚାଷୀଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ଏହାବଦ୍ ହିତାଧିକାରୀ ଚୟନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି ।

ସରକାର ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କୁ କାଳିଆ ସହାୟତା ଦେଇଛନ୍ତି ବୋଲି କହୁଛନ୍ତି । କିନ୍ତୁ ସେହି ଅନୁସାରେ ଗଣିତ କହୁଛି ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଗଲେ ସରକାରଙ୍କ ମୋଟ ଖର୍ଚ୍ଚ ହେବ ୫ ହଜାର ୧୦୫ କୋଟି । ତେବେ ସରକାରଙ୍କ କହିବାନୁଯାୟୀ ଏହି ଟଙ୍କା କଣ୍ଟିଜେନ୍ସି ପାଣ୍ଠିରୁ ଦିଆଯାଇଛି । ହେଲେ କଣ୍ଟିଜେନ୍ସି ପାଣ୍ଠିରେ ମାତ୍ର ୧୪ ଶହ କୋଟି ରହିଥିବା ବେଳେ ସରକାର ବଳକା ଅର୍ଥ କେଉଁଠୁ ଆଣିଲେ ବୋଲି  ନରସିଂହ ପ୍ରଶ୍ନ କରିଛନ୍ତି ।

ପଢନ୍ତୁ: ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଜାପାନୀ ରକେଟ

Related posts

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

Ratnamani Moharana

ଆଜି ପୁରୀରେ ରୋଡ୍ ଶୋ’ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” ବୋଲି କହିଲେ ସ୍ମୃତି ଇରାନୀ

Ratnamani Moharana

Leave a Comment