EnewsOdia.Com

ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

ଆସନ୍ତା କାଲି ଭାଲେଣ୍ଟାଇନ ଡେ’। ଏହି ଦିବସଟିକୁ ବର୍ଷେ ହେଲାଣି ଅପେକ୍ଷା କରିରହିଛନ୍ତି ପ୍ରେମୀ ଯୁଗଳ। ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ତେବେ ଏହି ଦିନରେ କଳିଙ୍ଗ ସେନା ତାର ପ୍ରେମ ଦିବସ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦେବନି ବୋଲି କହିଛି। ପ୍ରେମ ଦିବସ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦେଉଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରିବ କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ପକ୍ଷରୁ ପୁଲିସ୍‌ କମିଶନରଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ଦିଆଯାଇଛି। ସହରରେ ବିଭିନ୍ନ ପାର୍କ, ପବ୍ଲିକ୍‌ ସ୍ଥାନରେ ପ୍ରେମ ଦିବସ ନାଁରେ ଅଶ୍ଳୀଳତାକୁ ଆଦୌ ଗ୍ରହଣ କରାଯିବ ନାହିଁ। ପ୍ରେମ ଦିବସକୁ ସହିଦ ଦିବସ ଭାବେ କଳିଙ୍ଗ ସେନା ପାଳନ କରିବା ସହ ଅଶ୍ଳୀଳତାକୁ ଜୋରଦାର ପ୍ରତିବାଦ କରିବ। ଦରକାର ପଡ଼ିଲେ ଆଇନକୁ ହାତକୁ ନେବ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।

ଏହାକୁ ଦୃଷ୍ଟି‌େ‌ର ରଖି କମିସନ​‌ରେଟ ପୁଲିସ ପକ୍ଷରୁ କୌଣସିପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ବ୍ୟାପକ ପ୍ରସ୍ତୁତ କରାଯାଇଛି। ‌ଯେଭଳି ସହରରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ଓ ପ୍ରେମୀଯୁଗଳ ସ୍ବାଧୀନ ଭାବେ ଦିବସ ପାଳନ କରିପାରିବେ ସେଥିପାଇଁ ପୁଲିସ ବ୍ୟାପକ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ପାର୍କ, ସପିଙ୍ଗ୍‌ ମଲ୍‌ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପର୍ଯ୍ୟାପ୍ତ ପରିମାଣର ପୁଲିସ ମୁତୟନ କରାଯିବ ବୋଲି ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି।
ପଢନ୍ତୁ: ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

ସମ୍ବନ୍ଧିତ ଖବର

ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ?

Ratnamani Maharana

ପାକିସ୍ତାନର ତେଜ୍‌ଗାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୧୬ ଯାତ୍ରୀ ମୃତ, ୧୩ ଆହତ

Ratnamani Maharana

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

Ratnamani Maharana

ହସ୍ପିଟାଲରେ ଅମିତାଭ ବଚ୍ଚନ

Ratnamani Maharana

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

Ratnamani Maharana

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଅସୁସ୍ଥ

Ratnamani Maharana