News

ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

Km

ଆଜି ଭୁବନେଶ୍ୱରରେ  ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ନେପାଳ କାଠମାଣ୍ଡୁରୁ ମରଶରୀର ଭୁବନେଶ୍ୱର ଆଣାଯାଉଛି । ରାତି ୮ଟା ୫୫ରେ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଯୋଗେ ତାଙ୍କ ମୃତଦେହ ଓଡିଶାରେ ପହଞ୍ଚିବ। ଶୁକ୍ରବାର କାଠମାଣ୍ଡୁସ୍ଥିତ ଟି.ୟୁ. ଟିଚିଂ ହସପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ସହିତ ପୋଲିସ୍ ରିପୋର୍ଟ, ମୃତ ପ୍ରମାଣପତ୍ର, ଇମର୍ଜିଂ ସାର୍ଟିଫିକେଟ, କାର୍ଗୋ ବୁକିଂ ଆଦି ଔପଚାରିକତା ସମ୍ପନ୍ନ ହୋଇଛି। କଳ୍ପନାଙ୍କ ମରଶରୀର ଓଡିଶା ଫେରାଇ ଆଣିବାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।

 

କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ କମ୍ପ୍ଲେକ୍ସରେ ଦିଆଯିବ ଶେଷ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱରରେ ପହଞ୍ଚିବା ପରେ କଳ୍ପନା ଦାଶଙ୍କ ଶେଷ ଦର୍ଶନ ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
କଳିଙ୍ଗ ଷ୍ଟାଡ଼ିୟମ୍‌ରେ କଳ୍ପନାଙ୍କ ମରଶରୀରକୁ ଆଜି ରାତି ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏଁ ରଖାଯିବ। ମରଶରୀର ପହଞ୍ଚିବା ପରେ ଲୋକେ ଶେଷ ଦର୍ଶନ କରିପାରିବେ। ଯେଉଁ ଏଭରେଷ୍ଟ କଲ୍ପନାଙ୍କୁ ସାରା ଦୁନିଆରେ ପରିଚିତ କରିଥିଲା, ସେହି ଏଭରେଷ୍ଟ କୋଳରେ ଶେଷ ନିଶ୍ୱାସ ନେଇଛନ୍ତି କଳ୍ପନା ।

ପଢନ୍ତୁ: ଭାରତକୁ ଚେତାବନୀ ଦେଲା ଆମେରିକା

 

 

Related posts

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ENO Beuro

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

ENO Beuro

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment